ୱାଶିଂଟନ (ଏଟିଆର ବ୍ୟୁରୋ) : ପ୍ରତିରକ୍ଷା ସଂପର୍କ, ଆତଙ୍କବାଦ, ଆଞ୍ଚଳିକ ସହଯୋଗ ଓ ବାଣିଜ୍ୟ ସଂପର୍କରେ ଉପରେ ଭାରତ ଓ ଆମେରିକା ମଧ୍ୟରେ ‘୨+୨ ଡାଇଲଗ’ ରେ ଆଲୋଚନା ହୋଇଛି । ଆୟୋଜିତ ହୋଇଯାଇଥିବା ଏହି ବୈଠକରେ ଉଭୟ ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିଲେ । ଭାରତର ଗଣତନ୍ତ୍ରକୁ ଆମେରିକା ସମ୍ମାନ କରୁଛି ବୋଲି ଏହି ବୈଠକରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି । ଅନ୍ୟପଟେ ପାକିସ୍ତାନ ନେତା ହିଂସାକୁ ପ୍ରୋତ୍ସାହନ ଦେଉଥିବା ବୟାନ ଶାନ୍ତି ପାଇଁ ଠିକ ନୁହେଁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଠକରେ କହିଛନ୍ତି ।
Had an excellent meeting with the US Defence Secretary Mr Mark Esper in Washington today. During our bilateral talks, we reviewed the full range of India-US defence cooperation.
India and the USA are cooperating extensively in strategic & military areas. @EsperDoD pic.twitter.com/m0fB1Q9ynL
— Rajnath Singh (@rajnathsingh) December 18, 2019
ଏହି ଆଲୋଚନାରେ ଉଭୟ ଦେଶ ନିଜର ସେନା ବ୍ୟବସାୟ, ଦ୍ୱିପାକ୍ଷିକ ସହଯୋଗ, ଆତଙ୍କବାଦ ବିରୋଧରେ ଲଢେଇକୁ ମଜବୁତ କରିବା ସହ ସ୍ପେସିଫିକ ରିଜନରେ ଶାନ୍ତି ଉଦ୍ୟମ କରିବା ପାଇଁ କହିଛନ୍ତି । ତେବେ ଏହି ଆଲୋଚନାରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜୀ ସହିତ ଅନେକ କ୍ଷେତ୍ର ବୁଝାମଣା ଉପରେ ରାଜି ହୋଇଛି । ରାଜନାଥ ସିଂ ଆହୁରୀ ମଧ୍ୟ କହିଛନ୍ତି କି , ଆମ ଦେଶ ଭାରତୀୟ ସମୁଦ୍ର କ୍ଷେତ୍ର ଠାରୁ ଆରମ୍ଭ କରି ଆଫଗାନିସ୍ତାନ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କାର ପରିସ୍ଥତି ଉପରେ ନିଜର ରାୟ ଦେଉଛୁ । ଅନ୍ୟ ପଟେ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଏହି ବୈଠକରେ ଆମର ଆତଙ୍କ ବିରୋଧୀ ଉଦ୍ୟମ ଦେଇ ଆଲୋଚନା ହୋଇଛି ଓ ମୁଁ ସଚିବ ପମ୍ପିଓଙ୍କୁ ଧନ୍ୟବାଦ ଜଣାଉଛି ଯେ, ସେ ଚବହାର ପ୍ରକଳ୍ପ ପାଇଁ ଆମେରିକା ସମର୍ଥନ କଥା କହିଛନ୍ତି ।
US State Department official on the US-India 2+2 Ministerial Dialogue: In terms of regional cooperation, as partners in the Indo-Pacific, we’re committed to working together to support a free and open and inclusive Indo-Pacific region. https://t.co/tip0XXy8vz
— ANI (@ANI) December 19, 2019