ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗଲୱାନ ଘାଟି ପରେ ଏବେ ପାଙ୍ଗୋଙ୍ଗ ନଦୀ ଅଞ୍ଚଳ ଉପରେ ଚୀନ୍ ର ନଜର । ଏହି ଅଞ୍ଚଳରେ ଏବେ ସେନା ସଂଖ୍ୟା ବଢାଇବା ସହ କବ୍ଚା କରିବାରେ ଲାଗି ପଡିଛି ଚୀନ୍ । ଏବେ ଚୀନ୍ ର ଏହି ବଡ ପୋଲକୁ ଖୋଲି ଦେଇଛି ସାଟେଲାଇଟ୍ ଫଟୋ । ଯେଉଁଥିରେ ଅନେକ ଗୁଡିଏ ବାହାନ, ତମ୍ବୁ, ଏବଂ ସ୍ଥାୟୀ ବଙ୍କର ଦେଖିବାକୁ ମିଳୁଛି ।
ଡ୍ରାଗନର ଏହି ଏହି ଉପଲବ୍ଧତା ଗଲୱାନ ଠାରୁ ବି ଅଧିକ । ସେ ଭାରତୀୟ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଆପଣାଉଛି । ଏହି ଅଞ୍ଚଳରେ ଅଧିକ ସଂଖ୍ୟକ ଚୀନ ସେନାଙ୍କ ଉପସ୍ଥିତ ଉପରେ ଭାରତୀୟ ସେନା ଅଧିକାରୀ କହିଛନ୍ତି କି, ସେମାନେ ପୂର୍ବ ଲଦାଖରେ ସ୍ଥିତି ବଦଳାଇବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଯେକୌଣସି ସ୍ଥିତିର ସାମ୍ନା କରିବା ପାଇଁ ଭାରତ ବି ଫିଙ୍ଗର ୪ ସମେତ ଅନ୍ୟ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ଉପଲବ୍ଧ କରାଇଛି ।