ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଓ ଚୀନ ସହିତ ଲାଗିଥିବା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ଟ୍ରମ୍ପ କହିଛନ୍ତି କି, ଚୀନ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଡ୍ ଠିକ୍ ନାହିଁ । ଏହାପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ଲାଗିଥିବା ବିବାଦରେ ମଧ୍ୟସ୍ତତା କରିବାର ପ୍ରସ୍ତାବ ଦେଇ ସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଟ୍ରମ୍ଫ କହିଛନ୍ତି କି, ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ପସନ୍ଦ କରେ । ସେ ଜଣେ ମହାନ ବ୍ୟକ୍ତି । ଭାରତ ଓ ଚୀନ୍ ମଧ୍ୟରେ ବଡ ବିବାଦ ଚାଲିଛି । ଦୁଇ ଦେଶର ଜନସଂଖ୍ୟା ପାଖାପାଖି ୧.୪ ବିଲିୟନ । ଭାରତ ଓ ଚୀନର ସେନା ବି ବହୁତ ଶକ୍ତିଶାଳୀ । ଏଥିରେ ଭାରି ଖୁସୀ ନାହିଁ କି ଚୀନ ବି ଖୁସୀ ନାହିଁ ।
ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦକୁ ଦୂର କରିବା ଲାଗି ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ଏନେଇ ଟମ୍ପ କହିଛନ୍ତି କି, ଯଦି ତାଙ୍କୁ ଲାଗୁଛି କି ବିବାଦର ସମାଧନ କରିବା ପାଇଁ କୌଣସି ମଧ୍ୟସ୍ତତା ଜରୁରୀ ଅଛି ତେବେ ମୁଁ କରିବା ପାଇଁ ପ୍ରସ୍ତୁତ ।
ସୂଚନାଯୋଗ୍ୟ, ବୁଧବାର ଭାରତ ସ୍ପଷ୍ଟ କରିଛି କି ଚୀନ୍ ସହିତ ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସାମାଧନ କରିବାକୁ ଚାହୁଁଛି । ସେହିପରି ଚୀନ୍ ପକ୍ଷରୁ ବି ଟ୍ରମ୍ପଙ୍କ ମଧ୍ୟସ୍ତତା ଟ୍ୱିଟ ଉପରେ ପ୍ରତିକ୍ରିୟ ଆସିଥିଲା କି ଭାରତ ଏବଂ ଚୀନ ନିଜ ନିଜ ଭିତରେ ବିବାଦର ସମାଧନ କରୀ ପାରନ୍ତି ଏବଂ ଟ୍ରମ୍ପଙ୍କ ମଧ୍ୟସ୍ତତାର ଆବଶ୍ୟକତା ନାହିଁ ।