ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ଅର୍ଥନୀତିକୁ ନେଇ କିଛି ଦିନ ହେବ ଲୋକଙ୍କ ମନରେ ଅନେକ ଆଶଙ୍କା ଦେଖାଦେଉଥିବା ବେଳେ ଭାରତ ସରକାରଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି ।
ଭାରତର ଅର୍ଥନୀତି ବର୍ତ୍ତମାନ ପୁରା ବିଶ୍ୱରେ ୫ମ ସ୍ଥାନରେ ରହିଛି । ବ୍ରିଟେନ ଓ ଫ୍ରାନ୍ସ ଭଳି ବଡ ଦେଶକୁ ପଛରେ ପକାଇ ଭାରତ ଦୁନିଆର ୫ମ ସବୁଠାରୁ ବୃହତ୍ ଅର୍ଥବ୍ୟବସ୍ଥା ଥିବା ଦେଶ ହୋଇଛି ।
୨.୯୪ ଟ୍ରିଲିୟମ ଡଲାରର ଇକୋନୋମିର ସହିତ ଭାରତ ବର୍ଷ ୨୦୧୯ରେ ଫ୍ରାନ୍ସ ଓ ବ୍ରିଟେନକୁ ପଛରେ ପକାଇ ଆଗକୁ ବଢିଛି । ଆମେରିକାର ଏକ ରିସର୍ଚ ସଂସ୍ଥା ୱାଲର୍ଡ ପପୁଲେସନ ରିଭ୍ୟୁର ଏକ ରିପୋର୍ଟରେ ଏହି ସବୁ ତଥ୍ୟ ପ୍ରକାଶ ହୋଇଛି ।
ଆସନ୍ତା ୫ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ୫ଟ୍ରିଲିୟମ ଡଲାର ହେବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଭାରବାସୀଙ୍କୁ କହିଛନ୍ତି । ତେବେ ୨୦୧୯ରେ ବ୍ରିଟେନର ଅର୍ଥନୀତି ୨.୮୩ ଟ୍ରିଲିୟମ ଡଲାର ଥିବା ବେଳେ ଫ୍ରାନ୍ସର ଅର୍ଥନୀତି ୨.୭ ଟ୍ରିଲିୟମ ଡଲାର ରହିଥିଲା ।