ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ନେଇ ବାରମ୍ବାର ଡାହା ମିଛ କହି ଆସୁଛି । କାଶ୍ମୀର ଭାରତର ଅଭିଚ୍ଛେଦ ଅଙ୍ଗ ବୋଲି ଚିନକୁ ଛାଡି ବାକି ସମସ୍ତ ଦେଶ ଦାବି କରି ଆସୁଥିବା େବେଳ ପାକିସ୍ତାନ କିନ୍ତୁ ଏକଥା ମାନିବାକୁ ନାରାଜ । ଯେଉଁଥି ପାଇଁ ଜାତିସଂଘରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କୌଣସି ଉପାୟ ନପାଇ ଔଷଧ ବିକଳରେ ତାଟିଆ କାମୁଡିଲେ । ଜାତିସଂଘ ଅଧିବେଶନରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ଯାହାକୁ ଭାରତ ବିଦେଶ ସଚିବ କଡା ସମାଲୋଚନା କରିଥିଲେ ।
ଏବେ ପୁଣି କମନୱେଲଥ ସଂସଦୀୟ ସମ୍ମୀଳନୀରେ ଭାରତର ସାଂସଦ ମାନେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି । ଏହି ସଂସଦୀୟ ସମ୍ମୀଳନୀରେ ପୁଣି ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇଛି । ତେବେ ଏହାକୁ ନେଇ ଭାରତ କହିଛି ପାକିସ୍ତାନରେ ସେନା ଶାସନ କରିବା ପରମ୍ପରା ବହୁତ ପୂର୍ବରୁ ରହି ଆସିଛି । ସାଂସଦ ରୂପା ଗାଙ୍ଗୁଲିଙ୍କ ସମେତ ଅନ୍ୟ ଭାରତୀୟ ପ୍ରତିନିଧିମାନେ ପାକିସ୍ତାନର ମତ ପ୍ରଚାରକୁ କଡା ବିରୋଧ କରିଥିଲେ ।
୬୪ ତମ କମନୱେଲଥ ସଂସଦୀୟ ସମ୍ମିଳନୀରେ ପାକିସ୍ତାନୀ ପ୍ରତିନିଧିମାନେ କାଶ୍ମୀର ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇବା ପରେ ଭାରତୀୟ ପ୍ରତିନିଧି ମାନେ ଏହାର କଡା ଜବାବ ରଖଥିଲେ । ଏହି ସମ୍ମୀଳନୀରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲ୍ଲା ଭାରତୀୟ ପ୍ରତିନିଧିଙ୍କର ଅଧ୍ୟକ୍ଷ ରହିଥିଲେ । ଓମ ବିର୍ଲାଙ୍କ ସମେତ କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ, ବିଜେପି ସାଂସଦ ରୂପା ଗାଙ୍ଗୁଲି ପ୍ରମୁଖ ଯୋଗ ଦେଇଥିଲେ ।