ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଯେଉଁଭଳି ଭାବେ କରୋନା ଭାଇରସ ଡେଇଁବାରେ ଲାଗିଛି ତାହା ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୂର୍ବରୁ ଚୀନକୂୁ ଭାରତ ବିମାନ ସେବା ବନ୍ଦ କରିଥିବା ବେଳେ ଏବେ ଚୀନରୁ ଆମଦାନୀ ଉପରେ ମଧ୍ୟ ରୋକ ଲଗାଇଛି ଭାରତ । ଚୀନରୁ ଆସୁଥିବା ଆମଦାନୀକୁ ବନ୍ଦ କରିଦେଇଛି ଭାରତ । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗ ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । ଚୀନରୁ ଆସୁଥିବା ଦ୍ରବ୍ୟ ବା ଉପକରଣ ଗୁଡିକର ଭରଣ ପାଇଁ ଭାରତୀୟ ବାଣିଜ୍ୟକ ବିଭାଗ ଏବେ ଅନ୍ୟ ରାଷ୍ଟ୍ର ଗୁଡିକ ସହିତ ଆଲୋଚନା ଜାରି ରଖିଛି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏବେ ଭାରତ ସୁଟକେଶ, ଆଣ୍ଟିବାୟୋଟିକ, ଭିଟାମିନ, କୀଟନାଶକ ଭଳି ୧୦୫୦ ଟି ପ୍ରକାରର ଜିନିଷ ଅନ୍ୟ ଦେଶରୁ ଆମଦାନୀ କରବାକୁ ପ୍ରକ୍ରିୟା ଆରମ୍ଭ କରୁଛି । ଅନ୍ୟ ସବୁ ଉପକରଣ ବା ଦ୍ରବ୍ୟ ଗୁଡିକ ଅନ୍ୟ ଦେଶ ଭାରତକୁ ଯୋଗାଇବାକୁ ପ୍ରତିଶୃତି ଦେଉଥିବା ବେଳେ ଇଲେକ୍ଟ୍ରୋନିକ ଓ ମୋବାଇଲ ଆଜି କ୍ଷେତ୍ରରେ ଆମଦାନୀ ଏତେ ସହଜ ହେଶି ପାରୁନାହିଁ । ତେବେ ଭାରତୀୟ ବଜାର ଚାହିବା ଓ ବଜାର ଆବଶ୍ୟକ ଅନୁସାରେ ଚୀନ ବ୍ୟତୀତ ଆଉ ଅନ୍ୟ ଦେଶ ଭରଣ କରିବା ସମ୍ଭବ ନୁହେଁ ।