ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱର ଚତୁର୍ଥ ବୃହତମ ସେନାର କଥା ଉଠିଲେ ଭାରତର ନା’ ଆସିଥାଏ । ଭାରତୀୟ ସେନା ଯେକୌଣସି ପରିସ୍ଥିତି ପଡିଲେ ମଧ୍ୟ ଏହାକୁ ସମ୍ନା କରିବା ସହ ଏଥିରେ ବିଜୟୀ ମଧ୍ୟ ହୋଇଥାନ୍ତି । ଶତ୍ରୁ ପକ୍ଷକୁ ମାତ ଦେବା ଭାରତୀୟ ସେନାକୁ ବେଶ ଜଣା । ଏହି ସବୁକୁ ଲକ୍ଷ୍ୟ କରି ଜାପାନ ତାର ସୈନ୍ୟମାନଙ୍କୁ ଭାରତୀୟ ସୈନ୍ୟମାନଙ୍କ ଠାରୁ ତାଲିମ ଦେବା ପାଇଁ ସ୍ଥିର କରିଛି । ଆସନ୍ତା ବର୍ଷ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ୯ ତାରିଖ ପର୍ଯ୍ୟନ୍ତ ଜାପାନ ରାଜଧାନୀ ଟୋକିଓରେ ଅଲମ୍ପିକ ଅନୁଷ୍ଠିତ ହେବାକୁ ଯାଉଛି । ଅଲମ୍ପିକ ସମୟରେ କିପରି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇପାରିବ ସେଥିପାଇଁ ଜାପାନ ପକ୍ଷରୁ ଏହିଭଳି ପଦକ୍ଷପ ନିଆଯାଇଛି ।
ଅଲମ୍ପିକ ସମୟରେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ପଦାନ କରାଯାଇଛି । ତେବେ କୌଣସି ପ୍ରକାରର ଆକ୍ରମଣ ଓ ଧମକକୁ କିପରି ରୋକାଯାଇ ପାରିବ ଏବଂ ଏହି ସବୁ ଘଟଣା ଉପରେ କିପରି ପଦକ୍ଷପ ଗ୍ରହଣ କରାଯିବ ସେ ସବୁ ବିଷୟରେ ଜାପାନ ସୈନ୍ୟଙ୍କୁ ତାଲିମ ଦେବେ ଭାରତୀୟ ସୈନ୍ୟ । ଭାରତୀୟ ସେନା ପାଖରେ ଏହି ସବୁ ପରିସ୍ଥିତିର ମୁକାବିଲା କରିବାର ଅଭିଜ୍ଞତା ଥିବାରୁ ଜାପାନ ସେନାର ବିଭିନ୍ନ ସଦସ୍ୟଙ୍କୁ ଭାରତୀୟ ସେନା ପକ୍ଷରୁ ଆକ୍ରମଣକୁ ପ୍ରତିହତ କରିବାର ତାଲିମ ପ୍ରଦାନ କରାଯିବ ।
On Dec 4, Defense Minister Kono received a courtesy call from General Bipin Rawat, Chief of the Army Staff, Indian Army.#JMOD/#JSDF will continue to enhance defense cooperation with India which shares universal values and builds “special strategic global partnership” with Japan. pic.twitter.com/Sqz0S5vvmV
— Japan Ministry of Defense/Self-Defense Forces (@ModJapan_en) December 4, 2019