ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୭୩ତମ ସ୍ୱାଧିନତା ଦିବସ ଅବସରରେ ସାରା ଦେଶ ସ୍ୱାଧିନତାର ଉତ୍ସବ ପାଳନ କରୁଥିଲା । କେବଳ ଦେଶରେ ନୁହେଁ ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଖୁବ୍ ଉତ୍ସାହର ସହ ଏହି ଉତ୍ସବ ପାଳିଥିଲେ । ଇତି ମଧ୍ୟରେ ଲଣ୍ଡନରେ ଏକ ଭିନ୍ନ ଘଟଣା ସମ୍ନାକୁ ଆସିଛି । ପ୍ରକୃତରେ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନରେ ତ୍ରିରଙ୍ଗ ଉଡାଯାଇଥିଲା, ସେହି ସମୟରେ ହାଇ କମିଶନ ବାହାରେ ପାକିସ୍ତାନ ଏବଂ ଖାଲିସ୍ତାନ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ ।
ଏହାକୁ ବିରୋଧ କରିବା ସହ ସେମାନଙ୍କର ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହେଁ ଖାଲିସ୍ତାନୀ ସମର୍ଥକ ତ୍ରିରଙ୍ଗାକୁ ଅପମାନ କରିବା ପାଇଁ ମଧ୍ୟ ପଛେଇନଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସାମ୍ବାଦିକା ପୁନମ ଜୋଶୀ ଏହାକୁ ସହି ନପାରି ବିରୋଧ ପ୍ରଦର୍ଶନକାରୀଙ୍କ ଠାରୁ ତ୍ରିରଙ୍ଗା ଛଡାଇ ଆଣିଥିଲେ । ଏହାର ଭିଡିଓ ଏବେ ଗଣମାଧ୍ୟମ ଏଜେନ୍ସ ଏଏନଆଇ ଟ୍ୱିଟର ମାଧ୍ୟରେ ସେୟାର କରିଛି ।
#WATCH: Journalist Poonam Joshi covering for ANI the #IndianIndependenceDay celebrations outside Indian High Commission in London,where Pro-Pak & Pro-Khalistan protests were also underway, snatches 2 torn parts of tricolour from Khalistan supporters who had seized it from Indians pic.twitter.com/Go7X2tVZXg
— ANI (@ANI) August 17, 2019
ଏହାପରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁନମଙ୍କ ଦେଶଭକ୍ତି ଏବଂ ବାହାଦୂରୀ ପାଇଁ ୟୁଜର୍ସ ତାଙ୍କୁ ସଲାମ କରିବା ସହିତ ତାଙ୍କୁ ଆର୍ନ୍ତଜାତିକ ସ୍ତରରେ ପୁରସ୍କାର ମିଳିବା ଉଚିତ୍ ବୋଲି ଦାବି କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ପୁନମଙ୍କ ଭିଡିଓ ଟ୍ରେଣ୍ଡ କରିବା ଖବର ସେ ଜାଣିବା ପରେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।