ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଦେଶରେ ରହୁଥିବା ଭାରତୀୟ ରେଡିଓଗ୍ରାଫରଙ୍କ ମହାନତା ପାଇଁ ନୂଆ ଜୀବନ ପାଇଛି ଏକ ଦୁଇ ବର୍ଷର ଶିଶୁ କନ୍ୟା ।
ବ୍ରିଟେନରେ ରହୁଥିବା ଏହି ଭାରତୀୟ ରେଡିଓଗ୍ରାଫର ହେଲେ ସୁରିନ୍ଦର ସପଲ । ସପଲ ବ୍ରିଟେନରେ ଲିଡସ୍ ଟିଚିଙ୍ଗ ହସ୍ପିଟାଲ ରେ କାମ କରନ୍ତି ।
ପ୍ରକୃତରେ ବ୍ରିଟେନର ଦୁଇ ବର୍ଷର ଏକ ଶିଶୁ କନ୍ୟା ଅନାୟା ଯାହାର ଜନ୍ମରୁ ହିଁ ଦୁଇଟିଯାକ କଡନୀ ଖରାପ ହୋଇଯାଇଥିଲା । ଏବଂ ଏବେ ତାକୁ ବଞ୍ଚାଇ ରଖିବା ପାଇଁ ପ୍ରତିଦିନ ୧୦-୧୨ଘଣ୍ଟା ଡାଏଲିସିସ୍ରେ ରଖାଯାଉଥିଲା ।
ଅନାୟାର ପରିବାର ଲୋକ ଏଥିପାଇଁ ସୋସିଆଲ ମିଡିଆରେ ‘ହୋପ ଫର ଅନାୟା’ ନାମରେ ଏକ ଅଭିଯାନ ଆରମ୍ଭ କରି କିଡନୀ ଦାନ ପାଇଁ ଅନୁରୋଧ କରିଥିଲେ ।
ଯାହାକୁ ଦେଖି ରେଡିଗ୍ରାଫର ସପଲ ନିଜ କିଡନୀ ଦାନ କରିବାକୁ ସ୍ଥିର କରିଥିଲେ । ଏବଂ ଶେଷରେ ନିଜ କିଡନୀ ଦେଇ ୨ବର୍ଷର ଶିଶୁ ଅନାୟାର ଜୀବନ ବଞ୍ଚାଇଥିଲେ ।