ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ମାମଲା ବୃଦ୍ଧିକୁ ଦେଖି ଏବେ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ ରିଛନ୍ତି ଧନୀ ଭାରତୀୟ । ସେହିଅନୁଯାୟୀ ଏବେ ୟୁଏଇ ର ବିମାନ ଟିକେଟ ଦାମ ମହଙ୍ଗା ହୋଇଯାଇଛି ।
ଭାରତରେ କରୋନାର ଉଗ୍ର ରୂପ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ରବିବାରଠୁ ଭାରତରୁ ୟୁଏଇକୁ ଯାଉଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇବାର ଘୋଷଣା କରିଛି ୟୁଏଇ । ଏହାପରେ ଲୋକ ୧୦ ଗୁଣା ଭଡା ଦେଇ ଦୁବାଇ ଯିବା ପାଇଁ ଚେଷ୍ଟା କରୁଛନ୍ତି ।
ବର୍ତ୍ତମାନ ସମୟରେ ମୁମ୍ବାଇରୁ ଦୁବାଇ ଯାଉଥିବା କର୍ମସିଆଲ ବିମାନର ଟିକେଟ ଦାମ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ଯାହା ସାଧାରଣ ଦାମ ଠାରୁ ୧୦ ଗୁଣା ଅଧିକ । ସେହିପରି ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନର ଟିକେଟ ଦାମ ୫୦ ହଜାରରୁ ଅଧିକ ହୋଇଯାଇଛି । ଅବଶ୍ୟ ପ୍ରତିବନ୍ଧକ ଘୋଷଣା ହେବା ପରେ ରବିବାର ଠାରୁ କୌଣସି ବିମାନର ଟିକେଟ ଉପଲବ୍ଧ ହେବ ନାହିଁ ।