ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଇଣ୍ଡୋନୋସିଆରେ ଅନୁଭୂତ ହେଲା ଶକ୍ତିଶାଳୀ ଭୂମିକମ୍ପ । ଫଳରେ ଆସିପାରେ ବଡଧରଣର ସୁନାମି । ଇଣ୍ଡୋନୋସିଆର ସୁଲାୱେସିରେ ଆଜି ଏକ ଶକ୍ତିଶାଳୀ ଭୁମିକମ୍ପ ଅନୁଭୂତ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ଆଜି ସକାଳେ ପ୍ରଥମ ଥର ପାଇଁ ଭୁମିକମ୍ପ ଝଟକା ଅନୁଭୁତ ହେବା ପରେ ପରେ ଏକାଧିକ ଥର ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।
ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୭ ରହିଥିବାରୁ ଏହାର ପ୍ରଭାବରେ ଇଣ୍ଡୋନୋସିଆରେ ସୁନାମି ଆସିବାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସିରେ ସୁନାମି ଆସିବାର ସର୍ବାଧିକ ସମ୍ଭାବନା ଥିବା ଇଣ୍ଡୋନେସିଆ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ତେବେ ଲୋକମାନଙ୍କୁ କୌଣସି ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ସେପଟେ ସୁନାମି ଆଲର୍ଟ ମଧ୍ୟ ଘୋଷଣା କରାଯାଇଛି । ଏପର୍ଯ୍ୟନ୍ତ ଭୂମିକମ୍ପ ପ୍ରଭାବରେ କେତେ କ୍ଷୟକ୍ଷତି ହୋଇଛି ତାହା ଏଯାଏଁ ଆକଳନ କରାଯାଇନାହିଁ ।