ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ୟାରିସରେ ଏଫଏଟିଏଫର ଚାଲିଥିବା ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ଚାଲିଥିବା ବେଳେ ପାକିସ୍ତାନର ଆତଙ୍କବାଦୀ ମାନେ ଗୋଟିଏ ପରେ ଗୋଟିଏ କାରନାମା ଘଟାଇ ଚାଲିଛନ୍ତି ।
ମାତ୍ର ଦୁଇଦିନ ତଳେ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର ପାକିସ୍ତାନରୁ ନିଖୋଜ ହୋଇଯାଇଛି ବୋଲି ନିଜେ ପାକିସ୍ତାନ ସ୍ୱିକାର କରିବା ପରେ ଆଜି ପାକିସ୍ତାନର ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି ।
ପାକିସ୍ତାନରୁ ଖସି ପଳାଇଥିବା ଆତଙ୍କବାଦୀ ପାକିସ୍ତାନରେ ହିଁ ଲୁଚିଛି ଏକଥା ଶୁଣିଲା ବେଳକୁ ହସ ଲାଗୁଥିବ ନିଶ୍ଚୟ କିନ୍ତୁ କଥାଟି ସତ । ଏଥିରୁ ପାକିସ୍ତାନର ଆତଙ୍କବଦୀ ମାନଙ୍କ ପ୍ରତି ଉଦାର ଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି ।
ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ହିଁ ଲୁଚିଛି । ମସୁଦ ଅଜହର ବର୍ତ୍ତମାନ ପାକିସ୍ତାନର ବହାବଲପୁର ସହରରେ ଅଛି । ବହାବଲପୁର ରେଲୱେ ଲିଙ୍କ ରୋଡ ପାଖରେ ସେ ଚଳପ୍ରଚଳ କରୁଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।
ମସୁଦ ଅଜହର ନିଜକୁ ସୁରକ୍ଷା ଦେବା ପାଇଁ ଯଥା ସମ୍ଭବ ପ୍ରୟାସ କରିଛି । ବର୍ତ୍ତମାନ ସେ ଏକ ବମ୍ବ୍ ପ୍ରୁଫ ଘରେ ରହୁଛି । ଏବଂ ଏତେ ସବୁ କଥା କେମିତି ପାକିସ୍ତାନ ସରକାର ଜାଣିପାରୁ ନାହାନ୍ତି ତାହା ସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।