ନୂଆଦିଲ୍ଲୀ (ଏଟିଆର ): ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଲଢ଼େଇ ଆରମ୍ଭ ହୋଇଯାଇଛି । ଏହା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ , ଅର୍ଥବ୍ୟବସ୍ଥା ଏବଂ କରୋନା ଭାଇରସ ପ୍ରସଙ୍ଗ ଉପରେ ଫୋକସ ରହିଛି । କରୋନା ରେ ଦେଶରେ ୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ରାଜନୀତି କରିବାର ଅଭିଯୋଗ ଲଗାଇଛନ୍ତି ଜୋସେଫ ଆର ବିଡେନ । ଏହି ଅବସରରେ ଡେମୋକ୍ରେଟିକ ପ୍ରାର୍ଥୀ ଜୋସେଫ ବିଡେନ କହିଛନ୍ତି କି କରୋନା ଭାଇରସ ର ସମ୍ଭାବିତ ଟୀକା ଏବଂ ବୈଜ୍ଞାନିକଙ୍କ ଉପରେ ମୋର ଭରଷା ଅଛି କିନ୍ତୁ ଟ୍ରମ୍ପଙ୍କ ଉପରେ ବିଶ୍ୱାସ ନାହିଁ ।
ବିଡେନ , ଭାଇରସ ର ସମ୍ଭାବିତ ଟୀକା ଉପରେ ଜନସ୍ୱାର୍ଥ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଦେଲାବେୟାରର ବିଲ୍ୱମିଙ୍ଗଟନରେ ଘରୋଇ ସୁରକ୍ଷା ଉପକରଣର ବିତରଣ ଏବଂ କରୋନା ପରୀକ୍ଷଣକୁ ନେଇ ଟ୍ରମ୍ପଙ୍କ ଅକ୍ଷମତା ଏବଂ ବେଈମାନିର ଉଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଟିକାକୁ ନେଇ ବିଫଳତା ଦୋହରେଇ ପାରିବନି ଆମେରିକା ।