ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ନିଜକୁ ବିଜୟ ବୋଲି ଦାବି କରିଛନ୍ତି । ସେ କହିଛନ୍ତି କି ଆମେ ସ୍ପଷ୍ଟ ବହୁମତ ସହିତ ବିଜୟ ହାସଲ କରିବୁ । ଆମକୁ ୭,୪୦ କୋଟିରୁ ଅଧିକ ଭୋଟ ମିଳିଛି । ଯାହା ଆମେରିକା ଇତିହାସରେ ପ୍ରଥମ । ହ୍ୱାଇଟ ହାଉସରେ ପହଁଚିବାକୁ ହେଲେ କୌଣସି ବି ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ମଧ୍ୟରୁ ୨୭୦ ଭୋଟ ହାସଲ କରିବା ଜରୁରୀ । ସେହିପରି ତାଜା ସଂଖ୍ୟା ଅନୁଯାୟୀ ବାଇଡେନଙ୍କୁ ୨୬୪ ଇଲେକ୍ଟେରାଲ କଲେଜ ଭୋଟ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୩ ଭୋଟ ।
ବାଇଡେନ କହିଛନ୍ତି କି, ୨୪ ବର୍ଷ ପରେ ଏରିଜୋନା ଏବଂ ୨୮ ବର୍ଷ ପରେ ଜର୍ଜିୟା ଜିତିବାକୁ ଯାଉଛୁ । ମୁଁ ଜାଣିଛି କି ଏହି କଡା ନିର୍ବାଚନ ପରେ ବିବାଦ ବଢିପାରେ କିନ୍ତୁ ଆମକୁ ଶାନ୍ତି ବଳବତ୍ତର ରଖିବାକୁ ହେବ । ଆମେ ବିରୋଧୀ ହୋଇପାରୁ କିନ୍ତୁ ଶତୃ ନୁହେଁ ।
ଡେଲାଭେୟର ର ବିଲାମିଙ୍ଗଟନ ରେ ବାଇଡେନ ତାଙ୍କର ଭାଷଣରେ କହିଛନ୍ତି କି ପୁରା ଦେଶ ତାଙ୍କ ପଛରେ ରହିଛି ଏବଂ ସେ ସ୍ପଷ୍ଟ ବହୁମତରେ ଜିତିବେ ।
ଆମେରିକାରେ ଗତ ତିନି ଦିନ ହେବ ମତଗଣନା ଜାରି ରହିଛି । ଏବେ ବି ସ୍ପଷ୍ଟ ହୋଇନାହିଁ କି ଆଗାମୀ ଚାରି ବର୍ଷ ପାଇଁ ଦେଶର ନେତୃତ୍ୱ କିଏ କରିବ ।