ଲସ ଏଞ୍ଜେଲର୍ସ (ଏଟିଆର ବ୍ୟୁରୋ ) ; ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଭବ ! ୨୦୨୦ ମସିହାରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଦୈଡରେ ଦୁଇଜଣ ଭାରତୀୟ ବଂଶୋଭବ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ମଧ୍ୟରୁ ଆମେରିକା କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ ତୁଳସୀ ଗବର୍ଡଙ୍କ ନାମ ରହିଥିବା ବେଳେ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ମଧ୍ୟ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାଥୀ ହୋଇପାଇନ୍ତି ବୋଲି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ , କମଳା ହାରିସ ମା ଭାରତର ତାମିଲନାଡୁର ବାସିନ୍ଦା ବୋଲି ଜଣାପଡିଛି । କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ରାଷ୍ଟ୍ରପତି ନିର୍ବାଚନରେ ସାମିଲ ଖବର ପ୍ରଚାର ପରେ ତାଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେପଟେ ଆଉ ଜଣେ ଭାରତୀୟ ବଂଶୋଭବଙ୍କୁ ନେଇ ଆଲୋଚନା ମଧ୍ୟ ହେଉଛି । ଚାରିଥର ହାଓ୍ଵାଇରୁ ନିର୍ବାଚନ ଲଢି ସାଂସଦ ହୋଇଥିବା ତୁଳସୀ ଗବର୍ଡ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସେ ଡେମୋକ୍ରାଟ ପାର୍ଟି ତରଫରୁ ସାଂସଦ ଭାବେ ଏବେ କାର୍ଯ୍ୟ କରୁଛନ୍ତି । ଶୁକ୍ରବାର ଲସ୍ ଆଞ୍ଜେଲର୍ସରେ ଅନୁଷ୍ଠିତ ମେଡଟ୍ରନିକ କନଫେରେନ୍ସରେ ତୁଳସୀ ଗବର୍ଡଙ୍କ ନାମ ପ୍ରଖ୍ୟାତ ଭାରତୀୟ ବଂଶୋଭବ ଡାକ୍ତର ସମ୍ପତ୍ତ ସଙ୍ଗଭୀ ଉଠାଇଛନ୍ତି । ସେ ଏହି ଅବସରରେ ତୁଳସୀ ଗବର୍ଡଙ୍କୁ ପରିଚିତ କରାଇବା ସହ ୨୦୨୦ ମସିହାରେ ସେ ରାଷ୍ଟ୍ରପତି ନିର୍ବାଚନ ଲଢିପାରନ୍ତି ବୋଲି କହିଥିଲେ । ତେବେ ୩୭ ବର୍ଷିୟ ତୁଳସୀଙ୍କୁ ୨୦୨୦ମସିହାରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପ୍ରାଥୀ କରାଗଲେ ସେ ପ୍ରଥମ ହିନ୍ଦୁ ମହିଳା ଭାବେ ଇତିହାସ ସୃଷ୍ଟି କରିବେ ବୋଲି ଚର୍ଚ୍ଚା ହେଉଛି ।