ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; କେରଳକୁ ୭୦୦ କୋଟି ଦେବ ୟୁଏଇ । କେରଳରେ ବନ୍ୟା ପୀଡିତ ମାନଙ୍କ ପାଇଁ ୟୁଏଇ ସରକାରଙ୍କ ପକ୍ଷରୁ ୭୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବାର ଘୋଷଣା କରାଯାଇଛି । ଲଗାଣ ବର୍ଷା ଓ ବନ୍ୟାରେ କେରଳର ସ୍ଥିତି ଗମ୍ଭିର । ବନ୍ୟା ପ୍ରଭାବରୁ ରାଜ୍ୟ ବହୁ କ୍ଷତି ଘଟିଛି । ରାଜ୍ୟ ସରକାରଙ୍କ ଆକଳନ ଅନୁଜାୟୀ , କେରଳ ପାଖାପାଖି ୨୫ ହଜାର କୋଟି ଟଙ୍କାର କ୍ଷତି ସହିଛି । ତେବେ କେରଳର ଏପରି ପରିସ୍ଥିତି ଦେଖି ଦେଶର ବିଭିନ୍ନ କୋଣ ଅନୁକୋଣରୁ ବହୁ ଅନୁଦାନ ଆସିବାରେ ଲାଗିଛି । ବିଭିନ୍ନ ରାଜ୍ୟ ସରକାର , ସାମାଜିକ ଅନୁଷ୍ଟାନ , ବେସରକାରୀ ସଂସ୍ଥା ତଥା ବ୍ୟକ୍ତିଗତ ସ୍ଥରରେ ମଧ୍ୟ କେରଳ କୁ ସାହାର୍ଯ୍ୟ ପ୍ରଦାନ କରାଯାଉଛି । ଖାଲି ସେତିକି ନୁହେଁ ଦେଶ ବାହାରୁ ମଧ୍ୟ ଅନୁଦାନ ର ସୁଅ ଛୁଟିବାରେ ଲାଗିଛି । ନିକଟରେ ୟୁଏଇ ପକ୍ଷରୁ କେରଳର ବନ୍ୟା ପ୍ରପୀଡିତ ମାନଙ୍କ ପାଇଁ ୭୦୦ କୋଟି ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଏହାଛଡା ସାରା ଦେଶରୁ ମଧ୍ୟ ସହାୟତା ଆସିବାରେ ଲାଗିଛି । କେନ୍ଦ୍ର ସରକାର ପକ୍ଷରୁ କେରଳ କୁ ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେହିଭଳି ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶା ୧୦ କୋଟି ଟଙ୍କା ସହାୟତା ଦେବା ସହ ୮ କୋଟି ଟଙ୍କାର ପଲିଥିନ ଯୋଗାଇ ଦେଇଛି । ଏହାସହ ୨୫୦ ଜଣିଆ ଉଦ୍ଧାରକାରୀ ଦଳକୁ ମଧ୍ୟ କେରଳ ପଠାଯାଇଛି । ସେହିପରି ତାମିଲ ନାଡୁ ୫ କୋଟି ସହାୟତା ସହ ୫୦୦ ମେଟ୍ରିକ ଟନ ଚାଉଳ ଦଚେଦବାକୁ ସ୍ଥିର କରିଛି । ମହାରାଷ୍ଟ୍ର ୨୦ କୋଟି , ଉତ୍ତର ପ୍ରଦେଶ ୧୫ କୋଟି , ହରିୟାଣା ୧୦ କୋଟି , ପଞ୍ଜାବ ୧୦ କୋଟି , ବିହାର ୧୦ କୋଟି , ଗୁଜୁରାଟ ୧୦ କୋଟିର ସହାୟତା ଦେବା ପାଇଁ ଘୋଷଣା ସରିଛି । ତେବେ କେରଳର ଏପରି ପରିସ୍ଥିତି ଦେଖି ବିଭିନ୍ନ ଆଡୁ ସହାୟତା ଆସୁଥିବା ର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024