ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ର ସତ୍ତାରେ ବ୍ୟାପକ ପରିମାଣରେ ପରିବର୍ତ୍ତନ ଘଟୁଛି । ଏହି କ୍ରମରେ ଲି ଛିୟାଙ୍ଗ ଚୀନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଝୋଜିଆଙ୍ଗର ରାଜ୍ୟପାଳ ଏବଂ ସାଂଘାଇ ଦଳର ମୁଖ୍ୟ ରହିଥିବା ଲି, ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅତି ନିକଟତର ବୋଲି କୁହାଯାଉଛି ।
୨୦୨୨ ଅକ୍ଟୋବରରେ ହୋଇଥିବା ଚୀନ ସଂସଦ ନେସନାଲ ପିପୁଲ୍ସ ପାର୍ଟିର ବୈଠକରେ ଲି,ଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଥିଲା । ଚୀନରେ ଜାରି ଟୁ-ଶେସନ ରେ ଲିଙ୍କ ନାଁରେ ମୋହର ଲାଗିବା ସହ ୧୦ ବର୍ଷ ଧରି ମଙ୍ଗ ସମ୍ଭାଳିଥିବା ଲି କଛୟାଙ୍ଗଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।