ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ୍ ହୋଇଯାଇଛି । ହାଉସ ଅଫ୍ ରିପ୍ରେଜେଂଟେଟିଭ୍ ରେ ଏହି ପ୍ରସ୍ତାବ ପାସ୍ କରାଯାଇଛି । ବୁଧବାର ଟ୍ରମ୍ପଙ୍କ ଉପରେ ମହାଭିଯୋଗ ପାଇଁ ଐତିହାସିକ ଏବଂ ବହୁପ୍ରତିକ୍ଷିତ ମତଦାନ ହୋଇଥିଲା । ଡେମୋକ୍ରେଟିକ-ବହୁମତ ସଦନରେ ୨୩୦ ଭୋଟରୁ ୧୯୭ ଟି ଭୋଟ ସପକ୍ଷରେ ପଡିଥିଲା ।
ସତ୍ତାର ଦୁରୂପଯୋଗ ଏବଂ କଂଗ୍ରେସର କାମ ଉପରେ ବାଧା ସୃଷ୍ଟି କରିବାକୁ ଅଧିକତମ ସାଂସଦ ମହାଭିଯୋଗ ଚଲାଇବାର ପକ୍ଷରେ ମତଦାନ କରିଛନ୍ତି । ଆମେରିକା ଇତିହାସରେ ଟ୍ରମ୍ପ ତୃତୀୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ମହାଭିଯୋଗ ଆସିଛି ।
ଏହାପୂର୍ବରୁ ପ୍ରତିନିଧି ସଭାର ସ୍ପିକର ନ୍ୟାଂସି ପେଲୋସିଙ୍କୁ ଟ୍ରମ୍ପ ଏକ ଚିଠି ମାଧ୍ୟମରେ ମହାଭିଯୋଗ ପ୍ରକ୍ରିୟାକୁ ରୋକିବା ପାଇଁ କହିଥିଲେ । ପେଲୋସିଙ୍କୁ ଲେଖିଥିବା ଚିଠିରେ ଟ୍ରମ୍ପ କହିଥିଲେ କି, ମହାଭିଯୋଗ ଡେମୋକ୍ରେଟ ସାଂସଦଙ୍କ ଶକ୍ତିର ଅପ୍ରତ୍ୟାଶିତ ଏବଂ ଅସାମ୍ବିଧାନକ ଦୁରୂପଯୋଗକୁ ଦର୍ଶାଉଛି ।