ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାତିସଂଘରେ ପାକିସ୍ତାନକୁ ପୁଣି ଏକ ବଡ ଝଟକା । ଜାମ୍ମୁକାଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ । ମିଳିତ ଜାତିସଂଘ ବୈଠକରେ ଏମିତି କହିଛି ବିଦେଶ ମନ୍ତ୍ରଣାଳୟ । ପାକିସ୍ତାନ ଓ ଚିନ ପକ୍ଷରୁ ଦିଆଯାଇଥିବା ବୟାନ ଖାରଜ ହୋଇଛି । ତେବେ ଏନେଇ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରସଙ୍ଗରେ ଅନ୍ୟଦେଶର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ ।
ଯଦି ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶ ମୁଣ୍ଡ ଖେଳାଇବ ତେବେ ଏ ନେଇ ମିଳିତ ଜାତିସଂଘ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ସୂଚନାଯୋଗ୍ୟ କାଶ୍ମୀର ପ୍ରସଙ୍ଗକୁ ନେଇ ଚୀନ ଓ ପାକିସ୍ତାନ ସଂଯୁକ୍ତ ବୟାନ ରଖିଥିଲେ । ଦୁଇ ଦେଶ ଦାବି କରିଥିଲେ କାଶ୍ମୀର ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ । ଯେଉଁଥିରେ ଚୀନ ସ୍ୱର ମିଳାଇ କହିଥିଲା ଏକ ପାଖିଆ ନିଷ୍ପତ୍ତିକୁ ବିରୋଧ କରାଯିବ ।
ଗୋଟିଏ ଦିନ ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଯାଇ ସେଠାରେ କାଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏତେ ସବୁ ପରେ ମଧ୍ୟ ପାକିସ୍ତାନର ଏହି ଚାଲ ପେଲ ମାରିଛି । ଚୀନକୁ ହାତ ବାରିଶି କରି ମଧ୍ୟ ହେଲା ବିଫଳ ।