ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆମେରିକାର ପ୍ରଥମ ମହିଳା ଓ ତାଙ୍କ ପତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଆସନ୍ତା ୨୪-୨୫ରେ ଭାରତ ଗସ୍ତରେ ଆସୁଛନ୍ତି ।
ଏହି ଦୁଇ ଦିନିଆ ଗସ୍ତରେ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିଆ ନୂଆଦିଲ୍ଲୀ ଓ ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଦିଲ୍ଲୀ ଗସ୍ତରେ ମେଲାନିଆ ଦିଲ୍ଲୀର ସରକାରୀ ସ୍କୁଲ ବୁଲିଯିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣରେ ମେଲାନିଆଙ୍କର ସ୍କୁଲ ପରିଭ୍ରମଣର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ପରିଦର୍ଶନରେ ମେଲାନିଆ କେଜ୍ରିୱାଲ ସରକାରଙ୍କ ଦ୍ୱାରା ପରିଚାଳିତ ସରକାରୀ ସ୍କୁଲର ଆନନ୍ଦ ମୟ ଶ୍ରେଣୀ ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ।
ଏଥି ସହିତ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ଗହଣରେ କିଛି ସମୟ ବିତାଇବା ସହିତ ମେଲାନିଆ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରିବେ ।
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀରେ ସରକାରୀ ସ୍କୁଲରେ ଆନନ୍ଦ ମୟ ଶ୍ରେଣୀ ବ୍ୟବସ୍ଥା ପ୍ରଚଳନ କରିଛନ୍ତି ।
ଆସନ୍ତା ୨୪-୨୫ରେ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୂଆଦିଲ୍ଲୀ ଓ ଅହମଦାବାଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଟ୍ରମ୍ଫ ଓ ମେଲାନିଆଙ୍କ ଏହି ଭାରତ ଗସ୍ତ ଭାରତ ଓ ଆମେରିକା ଉଭୟ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଥିଲେ ।