ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିସ୍ ୱାଲ୍ଡ ୨୦୧୮ମୁକୁଟ ପିନ୍ଧିଲେ ମେକ୍ସିକୋର ଭେନେସା ପୋନ୍ସ ଡି ଲିୟନ । ଏହି ମୁକୁଟ ପୂର୍ବ ବର୍ଷର ମିସ୍ ୱାଲ୍ଡ ବିଜେତା ମାନୁଷୀ ଛିିଲ୍ଲର ତାଙ୍କୁ ପିନ୍ଧାଇଛନ୍ତି । ୬୮ତମ ଏହି ମିସ୍ ୱଲ୍ଡ ପ୍ରତିଯୋଗୀତା ଚାଇନାର ସାନ୍ୟାସାଠାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସାରା ବିଶ୍ୱରୁ ୧୧୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ଭେନେସା ଏହି ସଫଳତା ହାସଲ କରିଛନ୍ତି । ଏହାସହ ଥାଇଲାଣ୍ଡର ନିକୋଲିନି ଲିମସୁକାନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଭାରତ ପକ୍ଷରୁ ତାମିଲନାଡୁର ଅନୁକୃତି ଭାସ୍ ଏହି ଦୌଡରେ ସାମିଲ ହୋଇଥିଲେ । କିନ୍ତୁ ସେ ଟପ୍ ୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ଦୁଃର୍ଭାଗ୍ୟବଶତଃ ୧୨ଜଣଙ୍କ ମଧ୍ୟରେ ତାଙ୍କୁ ସ୍ଥାନ ମିଳି ପାରିନଥିଲା । ଟପ୍ ୧୨ରେ ଭାରତ ବ୍ୟତୀତ ବେଲରସ, ଜମାଇକା, ଉଗାଣ୍ଡା,ଫ୍ରାନ୍ସ, ମାର୍ଟିନିକ୍ୟୁ, ନେପାଳ, ନ୍ୟୁଜଲ୍ୟାଣ୍ଡ, ପାନାମା, ସ୍କଟଲ୍ୟାଣ୍ଡ, ମରିଟିୟସ, ଥାଇଲାଣ୍ଡ ଓ ମେକ୍ସିକୋ ଆଦି ଅଂଶଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ମେକ୍ସିକୋ ମୁକୁଟ ନେବାରେ ବାଜି ମାରିନେଇଥିଲା । ଏବେ ଭେନେସା ଇଣ୍ଟରନ୍ୟାସନାଲ ବିଜନେଓ ସ୍କୁଲରେ ଶିକ୍ଷାଲାଭ ଶେଷ କରି ଝିଅମାନଙ୍କ ଥଇଥାନ ପାଇଁ ପ୍ରତିଷ୍ଠା ହୋଇଥିବା ଏକ କେନ୍ଦ୍ରରେ ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରୁଛନ୍ତି ।