ସିଙ୍ଗାପୁର (ଏଟିଆର ବ୍ୟୁରୋ ) ; ସିଙ୍ଗାପୁରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଙ୍ଗାପୁରରେ ଆୟୋଜିତ ଆସିଆନ- ଇଣ୍ଡିଆ ସମିଟରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ପହଞ୍ଚିଛନ୍ତି । ସେଠାରେ ଆୟୋଜିତ ଫିନଟେକ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ମୋଦି ଯୋଗଦେଇ ଉଦବୋଧନ ଦେଇଛନ୍ତି । ଏହି ଉଦବୋଧନରେ ମୋଦି ଭାରତରେ ନିବେଶ କରିବାର ସୁଫଳ ଗୁଡିକ ଉପରେ ଆଲୋଚନା କରିଛନ୍ତି ।
Honoured to deliver the keynote address at the Singapore Fintech Festival. Watch my speech. https://t.co/HtlY1xmjLP
— Narendra Modi (@narendramodi) November 14, 2018
ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ଆଜି ପ୍ରତେକ ଜିନିଷ ସହଜ ହେଉଥିବା ବେଳେ ଭାରତୀୟ ଯୁବଗୋଷ୍ଠୀ ମଧ୍ୟ ନିଜ ଜ୍ଞାନକୌଶଳ ପୂରା ବିଶ୍ୱବାସୀଙ୍କୁ ଦେଖାଇସାରିଛନ୍ତି । ସେ ଏହି ଅବସରରେ କହିଛନ୍ତି , ‘ଆଧୁନିକ ଜ୍ଞାନକୌଶଳ ଯୋଗୁ ସରକାରଙ୍କ କାମ କରିବାରେ ଫରକ ଆସିଛି । ଆମ ଦେଶ ଏବେ ଏକ ବଡ ଆର୍ଥିକ ଶକ୍ତି , ଆମ ଦେଶର ପ୍ରତେକ ଲୋକଙ୍କ ପାଖରେ ମୋବାଇଲ ଥିବା ବେଳେ ଦେଶର ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନଙ୍କ ପାଖରେ ବାୟୋମେଟ୍ରିକ (ଆଧାର ) ପରିଚୟ ପତ୍ର ଅଛି ।’ ଏହାସହ ଭାରତ ସମ୍ପୁର୍ଣ୍ଣଭାବେ ଡିଜିଟାଲ ହୋଇସାରିଥିବାରୁ ଆମର ହଜାର ହଜାର କୋଟି ଟଙ୍କା ବଞ୍ଚିପାରିଥିବା ମୋଦି କହିଛନ୍ତି ।
ଖାଲି ସେତିକି ନୁହେଁ ଭାରତରେ ଇଣ୍ଟରନେଟର ଚାହିଦା ଅଧିକ ଥିବା ବେଳେ ଭାରତରେ ଇଣ୍ଟରନେଟ ୟୁଜରର୍ସ ମଧ୍ୟ ସବୁଠୁ ଅଧିକ ଅଛନ୍ତି । ଏହାସହ ଭାରତରେ ଇଣ୍ଟରନେଟ ବହୁ ଶସ୍ତାରେ ମିଳୁଥିବା ସେ କହିଛନ୍ତି ।
Glimpses from the Singapore Fintech Festival, including the visit to the India Pavilion. pic.twitter.com/UMS8jkMDxN
— Narendra Modi (@narendramodi) November 14, 2018
ସେ ନିବେଶ ଉପରେ କହିବାକୁ ଯାଇ କହିଛନ୍ତି କି , ଭାରତ ସାରା ବିଶ୍ୱର ନିବେଶକଙ୍କ ଆକର୍ଷଣ ପାଲଟିଛି । ଏହା ନିବେଶକଙ୍କ ପାଇଁ ଭଲ ସ୍ଥାନ । ଭାରତରେ ନିବେଶ କଲେ କେତେ ଲାଭ ହେବ ସେ ବିଷୟରେ ସେଠାରେ ଉପସ୍ଥିତ ନିବେଶକ ମାନଙ୍କୁ ମୋଦି ବୁଝାଇଛନ୍ତି ।
Extremely touched by the affection of the Indian community in Singapore. Their warm welcome, so early in the morning amidst the rain, was touching. India’s diaspora makes our nation very proud. They have succeeded all over the world, in a wide range of areas. pic.twitter.com/lEFnx0qcFn
— Narendra Modi (@narendramodi) November 13, 2018
ଖାଲି ସେତିକି ନୁହେଁ ଭାରତ ସରକାରଙ୍କ ଦ୍ୱାରା ସାଧାରଣ ଲୋକମାନଙ୍କ ପାଇଁ ହୋଇଥିବା ଯୋଜନା ବିଷୟରେ ମଧ୍ୟ କହିଛନ୍ତି ମୋଦି । ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନା ମାଧ୍ୟମରେ ୫୦ କୋଟି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେ କହିଛନ୍ତି । ଏହାସହ ମୁଦ୍ରା ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ସେମାନଙ୍କର ବ୍ୟବସାୟ ଆରମ୍ଭ କରିପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୁନିଆର ବହୁ ବଡ ବଡ ନିବେଶକ ଯୋଗ ଦେଇଥିଲେ । ଏହି ଫେଷ୍ଟିଭାଲରେ ବିଭିନ୍ନ ଦେଶ ନିଜର ଜ୍ଞାନକୌଶଳ କ୍ଷେତ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।
PM @narendramodi being received by dignitaries upon his arrival in Singapore. He is on a two day visit to Singapore to participate in the #EastAsiaSummit and associated meetings. pic.twitter.com/TlQReGVEnj
— Ishita JaiSingh Shekhawat (@ishitajaisingh) November 14, 2018