ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଜଣେ ସୁଶାସକ ନୁହଁନ୍ତି ସେ ମଧ୍ୟ ଏକାଧାରରେ ଜଣେ କବି ବୋଲି ସମସ୍ତେ ଜାଣନ୍ତି । କବିତା ପ୍ରତିଥିବା ଭଲପାଇବା ମଧ୍ୟ ଆଗରୁ ଦେଖିବାକୁ ମିଳିଛି । ତେବେ ଚର୍ଚ୍ଚାର ବିଷୟ ଏହାକି ଦୀର୍ଘ ୨୫ବର୍ଷ ତଳେ ଲେଖିଥିବା ଗୀତ ଏଥର ଗୁଜୁରାଟର ଗରବା ନୃତ୍ୟର ତାଳେ ତାଳେ ଝୁମିଛି ।
ଆରମ୍ଭ ହୋଇଯାଇଛି ନବରାତ୍ରି । ଗୁଜୁରାଟର ପ୍ରସିଦ୍ଧ ଗରବା ନୃତ୍ୟରେ ନାଚିବାର ମଜା ନିଆରା । ତେବେ ମୁଖ୍ୟ କଥା ହେଉଛି କି ଅହମ୍ମଦାବାଦର ଅନ୍ଧକନ୍ୟା ପ୍ରକାଶ ଗୃହରେ ଥିବା ଝିଅମାନେ ମଧ୍ୟ ମୋଦିଙ୍କ ଗୀତର ତାଳେ ତାଳେ ନାଚିଥିବା ଚଚ୍ଚା ବିଷୟ ହୋଇଛି । ଏବଂ ଏହା ମୋଦି ନିକଟରେ ପହଁଞ୍ଚିପାରିଛି । ଯାହାକୁ ନିଜେ ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ମୋଦି ଏହି ଗୀତଟିକୁ ଗୁଜରାଟୀ ଭାଷାରେ ଲେଖିଛନ୍ତି। ଗୀତଟିର ଶୀର୍ଷକ ହେଉଛି ‘ଘୁମେ ଏଇନୋ ଗର୍ବୋ’।