ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଅନେକ ରୋମାଞ୍ଚକର ଏବଂ ରହସ୍ୟମୟ ସ୍ଥାନ ରହିଛି । ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅନୁଯାୟୀ ତୁର୍କି ପାମୁକେଲ ଅଞ୍ଚଳର ଏକ ପାହାଡିଆ ସ୍ଥାନ ସାମ୍ନାକୁ ଆସିଛି । ଏହି ସ୍ଥାନରେ ଅନେକ ପ୍ରାକୃତିକ ସ୍ୱିମିଙ୍ଗ ପୁଲ୍ ରହିଛି । ଏହି ସ୍ଥାନ ଦେଖିବା ପାଇଁ ଖୁବ୍ ଆକର୍ଷଣୀୟ । ଏହା ସହିତ ଲୋକଙ୍କ ପାଇଁ ଜିଜ୍ଞାସାର ବିଷୟ ବସ୍ତୁ । କାରଣ ଏଠାକାର ଜଳ ଆପେ ଆପେ ଗରମ ହୋଇଯାଇଥାଏ । ଏହା ବୈଜ୍ଞାନିକ ମାନଙ୍କ ପାଇଁ ମଧ୍ୟ ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏଠାରେ ହଜାର ବର୍ଷର ପୁରୁଣା ଝରଣା ରହିଛି, ଯେଉଁଥିରୁ ଗରମ ପାଣି ବୋହୁଛି । ସେହି ପାଣିର ତାପମାତ୍ର ୩୭ ଡିଗ୍ରୀରୁ ୧୦୦ ଡିଗ୍ରୀ ମଧ୍ୟରେ ରହିଥାଏ ।
ସବୁଠାରୁ ବଡ କଥା ହେଉଛି ଝରଣାରୁ ବୋହୁଥିବା ଗରମ ପାଣି ଠା’ ଠା’ରେ ଜମି ସ୍ୱିମିଙ୍ଗ ପୁଲ୍ ସଦୃଶ ହୋଇଯାଇଛି । ଏହାସହିତ ସେହି ସ୍ୱିମିଙ୍ଗ ପୁଲ୍ ରେ ସ୍ନାନ କରିବା ଦ୍ୱାରା ଅନେକ ରୋଗ ତଥା ବିଶେଷ କରି ତ୍ୱଚା ସମ୍ବନ୍ଧୀୟ ରୋଗ ଠିକ୍ ହୋଇ ଯାଇଥାଏ ବୋଲି କୁହାଯାଏ । ସେଥିପାଇଁ ଏହି ସ୍ଥାନକୁ ଭ୍ରମଣ କରିବା ପାଇଁ ଅନେକ ଲୋକ ଯାଇଥାନ୍ତି ।
ଏହି ଝରଣାର ପାଣି ବିଷୟରେ ଅନେକ ଥର ବୈଜ୍ଞାନିକମାନେ ଗବେଷଣା କରିସାରିଛନ୍ତି । ସେହି ଅନୁସାରେ ସେହି ସ୍ଥାନର ପାଣିରେ ଥିବା ଖଣିଜ ପଦାର୍ଥର ବାହ୍ୟ ସମ୍ପର୍କ ଯୋଗୁଁ କ୍ୟାଲସିୟମ କାର୍ବୋନେଟ୍ ତିଆରି ହୋଇଥାଏ । ଯାହା ଏହି ଝରଣା କୂଳରେ ହଜାର ବର୍ଷ ହେବ ଜମାଟ ହୋଇ ରହିଛି । ଏହି କାରଣ ଯୋଗୁଁ ଏହି ଝରଣା ଏବେ ନଦୀର ରୂପ ନେଇ ସାରିଛି ।