ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିଆଁମାରର ଉତ୍ତରାଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଜେଡ ଖଣିରେ ଭୁସ୍ଖଳନ ହେବା ଯୋଗୁଁ ୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏହାସହିତ ଆହୁରି କିଛି ଶ୍ରମିକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଏନେଇ ଦେଶର ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି ।
କାଚିନ୍ ରାଜ୍ୟର ଜେଡ ସମୃଦ୍ଧ ହାପାକାନ୍ତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳରେ ଖଣିଜ ଜେଡ ପଥରକୁ ଏକାଠି କରୁଥିଲେ ଶ୍ରମିକ । ଏହି ଅବସରରେ ପ୍ରବଳ ବର୍ଷା ହେବା ଯୋଗୁଁ ଭୁସ୍ଖଳନ ହୋଇଥିଲା ଏବଂ ଶ୍ରମିକମାନେ ମାଟି ତଳେ ପୋତି ହୋଇ ଯାଇଥିଲେ । ଏପର୍ଯନ୍ତ ସେହି ଅଞ୍ଚଳରୁ ୫୦ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମାଟି ତଳେ ଚାପି ହୋଇ ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଉଛି । ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଫେସବୁକ୍ ରେ ସୂଚନା ଦିଆଯାଇଛି ।