ପର୍ଥ(ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଆଇସିସିସ ମହିଳା ଟି-୨୦ ବିଶ୍ୱକପ । ଉଦଘାଟନି ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଯାହାକୁ ଭାରତ ଜିତି ଯାଇଥିଲା । ତେବେ ଗତକାଲି ୱାକା ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚକୁ ପୁଣି ବାଂଗଲାଦେଶ ଠାରୁ ଜିତି ଯାଇଛି ଭାରତ । ଭାରତ ଏହି ମ୍ୟାଚ ୧୮ ରନ ବ୍ୟବଧାନରେ ଜିତି ଯାଇଛି । ବାଂଗଲାଦେଶ ମହିଳା ଦଳ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ ଓଭର ଖେଳି ୧୪୨ ରନ କରିପାରଥିଲା ।
୧୪୩ ରନ କରିବା ପାଇଁ ପଡିଆକୁ ଓହ୍ଲାଇ ଥିଲେ ବାଂଗଲାଦେଶ ମହିଳା ଦଳ । ହେଲେ ଭାରତୀୟ ସ୍ପିନର ପୁନମଙ୍କ ଘାତକ ବୋଲିଂ ଦ୍ୱାରା ବାଂଗଲାଦେଶ ଦଳ ଟାର୍ଗେଟ ପୂରଣ କରିପାରି ନଥିଲେ । ପୁନମ ୧୮ ରନ ଦେଇ ୩ଟି ୱିକେଟ ନେଇଥିଲେ । ସେହିପରି ଭାରତୀୟ ଦଳର ଶିଖା ଓ ଅରୁନ୍ଧତୀ ରେଡ୍ଡୀ ୨ଟି ଲୋଖାଏଁ ୱିକେଟ ନେଇଥିଲେ । ବାଂଗଲାଦେଶ ପକ୍ଷରୁ ଖାତୁନ୍ ଓ ପାନ୍ନା ୨ ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ବାଂଗଲାଦେଶ ପକ୍ଷରୁ ସର୍ବାଧିକ ୩୫ ରନ କରିଥିଲେ ନିଗାର ସୁଲତାନା ।