ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକି ଆନ୍ତରୀକ୍ଷ ଏଜେନ୍ସି ନାସା ପକ୍ଷରୁ ଗୁରୁବାର ମଙ୍ଗଳ ମିଶନ ‘ମାର୍ସ ୨୦୨୦’ ଲଞ୍ଚ କରାଯାଇଛି । ଶକ୍ତିଶାଳି ଆଟଲସ ଭି ରକେର୍ଟ ସେଠାକାର ସମୟାନୁଯାୟୀ ସକାଳ ୭ ଟା ୫୦ ରେ କେପ କନେରବଲ ଆନ୍ତରୀକ୍ଷ ଷ୍ଟେସନରୁ ରୋଭରକୁ ନେଇ ଲାଲ ଗ୍ରହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ଏହି ରୋଭରରେ ୨୫ ଟି କ୍ୟାମେରା, ମାଇକ, ଡ୍ରିଲ ଏବଂ ଲାଇଟ ଲାଗିଛି । ଏହା ପାଖାପାଖି ୩୦ କୋଟି ମାଇଲ ଦୂରତା ଅତିକ୍ରମ କରି ସାତ ମାସ ପରେ ମଙ୍ଗଳରେ ପହଁଚିବ ଏବଂ ସେଠାରୁ ପଥର ଆଉ ମାଟି ଆଣି ଆସିବ । ଯେଉଁଥିରୁ ବୈଜ୍ଞାନିକ ମାନେ ପ୍ରଚୀନ ଜୀବନର ସାକ୍ଷ ଖୋଜିବେ ।
ନାସା ର ଏହି ମିଶନ ଚଳିତ ବର୍ଷ ଦୁନିଆର ତୃତୀୟ ମଙ୍ଗଳ ମିଶନ । ଚୀନ୍ ଏବଂ ୟୁଏଇ ଚଳିତ ସପ୍ତାହ ଆରମ୍ଭରେ ନିଜର ମହତ୍ୱକାଂକ୍ଷୀ ମଙ୍ଗଳ ମିଶନକୁ ଛାଡିଛନ୍ତି । ଏହା ଆଗାମୀ ଫେବୃଆରୀ ମାସରେ ପହଁଚିବ ବୋଲି ଆଶା କରାଯାଉଛି । ନାସାର ରୋଭର ଲାଲ ଗ୍ରହର ଉପରିଭାଗକୁ କଣା କରି ଭିତରକୁ ଯିବା ସହ ସେଠାରେ ଭୂବୈଜ୍ଞାନିକ ନମୁନା ଏକାଠି କରିବ ଏବଂ ୨୦୩୧ ସୁଧା ତାକୁ ନେଇ ଫେରିବ ।
ନାସା ପ୍ରଥମ ଥର ପାଇଁ ରୋଭର ସହିତ ମଙ୍ଗଳକୁ ଏକ ଛୋଟ ହେଲିକପ୍ଟର ବି ପଠାଇଛି । ଯାହାର ନାମ ରହିଛି ଇନଜିନ୍ୟୁଟି । ରୋଭର ଏହାକୁ ମଙ୍ଗଳର ପୃଷ୍ଠ ଭାଗରେ ଛାଡିଦେବ । ଏହି ହେଲିକପ୍ଟର ମଙ୍ଗଳର ପୃଷ୍ଠ ଭାଗରୁ ଏକା ଉଡାଣ ଭରିବା ପାଇଁ ଚେଷ୍ଟା କରିବ ।
ନାସାର ଏହି ମିଶନ ଆଗାମୀ ଦିନରେ ମଙ୍ଗଳକୁ ମନୁଷ୍ୟକୁ ପଠାଇବାର ଚ୍ୟାଲେଞ୍ଜକୁ ସହଜ କରିବାରେ ସହାୟକ ହେବ ।