ୱେଲିଂଟନ(ଏଟିଆର ବ୍ୟୁରୋ): ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜାରି ରହିଛି । ତେବେ ପ୍ରଥମ ଇନିଂସରେ ଭାରତ ୧୬୫ ରନ କରି ଅଲଆଉଟ ହୋଇଥିଲା । ଜବାବରେ ୧୦୦.୨ ଓଭର ଖେଳି ନ୍ୟୁଜିଲାଣ୍ଡ ଦଳ ୩୪୮ ରନ କରିଥିଲା । ଏହି ଇନିଂରେ ଭାରତୀୟ ଦୃତତମ ଦଳ ଇସାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ ନେଇଥିଲେ । ସେହିଭଳି ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ୱିନ ୩ଟି ୱିକେଟ, ସାମି ଓ ବୁମରା ଗୋଟିଏ ଲୋକାଏଁ ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୮୯ ରନ ଅଧିନାୟକ କେନ ୱିଲିୟମସନ କରିଥିଲେ ।
ତେବେ ଆଜି ଭାରତୀୟ ଦଳ ତୃତୀୟ ଦିନରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା । ତେବେ ପ୍ରଥମରୁ ହିଁ ଭାରତୀୟ ଦଳକୁ ଝଟକା ଲାଗିଥିଲା । ଭାରତ ପକ୍ଷରୁ ପୃଥୀ ସ ୧୪, ମୟଙ୍କ ଅଗ୍ରଓ୍ବାଲ ୫୮, ଚେତେଶ୍ବର ପୂଜାରା ୧୧, ଅଧିନାୟକ କୋହଲି ୧୯ରନ୍ କରି ଆଇଉଟ ହୋଇଛନ୍ତି । ଆଜିଙ୍କ୍ୟ ରାହାଣେ ୨୫ ଓ ହନୁମା ବିହାରି ୧୫ରନ୍ କରି ଅପରାଜିତ ରହିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୩୯ରନ୍ ପଛରେ ରହିଛି ଟିମ୍ ଇଣ୍ଡିଆ ।