ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନ୍ୟୁୟର୍କ କୋର୍ଟ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ ୨୦ ଲକ୍ଷ ଡଲାର ମାନେ ପାଖାପାଖି ୧୪ କୋଟି ଟଙ୍କାର ଜରିମାନା ଲଗାଯାଇଛି । ରିପୋର୍ଟ ମୁତାବକ, ୨୦୧୬ ରେ ଟ୍ରମ୍ପଙ୍କ ଉପରେ ନିଜର ରାଷ୍ଟ୍ରପତି ନିର୍ବାଚନ ଅଭିଯାନ ପାଇଁ ଚ୍ୟାରିଟିର ଟଙ୍କା ଖର୍ଚ୍ଚ କରିବାର ଅଭିଯୋଗ ଲଗାଯାଇଥିଲା ।
ଏହି ମାମଲାରେ କୋର୍ଟ ପକ୍ଷରୁ ଟ୍ରମ୍ପଙ୍କୁ ଦୋଷି କରାଯିବା ସହ ତାଙ୍କ ଉପରେ ଜରିମାନା ଲଗାଯାଇଛି । କୁହାଯାଉଛି କି ଚ୍ୟାରିଟି ଟଙ୍କାକୁ ଟ୍ରମ୍ପ ତାଙ୍କ ବ୍ୟକ୍ତିଗତ କମ୍ପାନୀର ଋଣ ସୁଝିବାରେ ବ୍ୟବହାର କରିଦେଇଛନ୍ତି । ସେପଟେ ଏହି ଅଭିଯୋଗକୁ ନେଇ ଟ୍ରମ୍ପ ଏବଂ ତାଙ୍କ ଓକିଲ ରାଜନୀତି ପ୍ରେରିତ ବୋଲି କହିଛନ୍ତି ।
ଚ୍ୟାରିଟିର ଏହି ଟଙ୍କାକୁ ଧର୍ମାର୍ଥ ସଂଗଠନକୁ ଦେବା ପାଇଁ ଟ୍ରମ୍ପଙ୍କୁ ଆଦେଶ ଦେଇଥିଲେ ନ୍ୟୁୟର୍କ ରାଜ୍ୟର ନ୍ୟାୟାଧିଶ ସେଲିୟନ ସ୍କାରପୁଲା । ନ୍ୟୁୟର୍କ ଆଟର୍ଣ୍ଣି ଜେନେରାଲ ର କାର୍ଯ୍ୟାଳୟ ଦ୍ୱାରା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ନ୍ୟାୟାଧିଶ ଏହି ଏହି ନିଷ୍ପତି ଶୁଣାଇଛନ୍ତି ।