ୱେଲିଂଟନ(ଏଟିଆର ବ୍ୟୁରୋ): ନ୍ୟୁଜିଲାଣ୍ଡର ୱେଲିଂଟନର ବେସିନ୍ ରିଜର୍ଭ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜାରି ରହିଛି । ତେବେ ୩୮୪ ରନ କରି ନ୍ୟୁଜିଲାଣ୍ଡ ଟିମ ଅଲଆଉଟ ହୋଇଛି । ପ୍ରଥମ ଇନିଂସରେ ଭାରତ ଠାରୁ ୧୮୩ ରନରେ ଅଗ୍ରଣୀ ରହିଛି ନ୍ୟୁଜିଲାଣ୍ଡ ଟିମ । ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ୮୯ ରନ ଅଧିନାୟକ କେନ ୱିଲିୟମସନ କରିଛନ୍ତି । ସେହିପରି ବିଦେଶୀ ପିଚ୍ ରେ ନିଜର ଜଳବା ଦେଖାଇଛନ୍ତି ଭାରତର ଦ୍ରୁତ ବୋଲର ଇଶାନ୍ତ ଶର୍ମା । ଇଶାନ୍ତା ୨୨.୨ ଓଭର ବୋଲିଂ କରି ସର୍ବାଧିକ ୫ଟି ୱିକେଟ ନେଇଛନ୍ତି ।
ସେହିଭଳି ଭାରତୀୟ ସ୍ପିନର ରବିଚନ୍ଦ୍ର ଅଶ୍ୱିନର ୩ଟି ୱିକେଟ, ସାମି ଓ ବୁମରା ଗୋଟିଏ ଲୋକାଏଁ ୱିକେଟ ନେଇଛନ୍ତି । ତେବେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ପ୍ରଥମ ଇନିଂସ ପରି ଆରମ୍ଭରୁ ଭାରତୀୟ ଦଳକୁ ଝଟକା ଲାଗିଛି । ଦଳର ଓପନର ପୃଥ୍ୱୀ ଓ ୧୪ ରନ କରି ଆଉଟ ହୋଇଛନ୍ତି । ପୃଥ୍ୱୀଙ୍କ ପରେ ଚିତେଶ୍ୱର ପୂଜାରା ୧୧ ରନ କରି ପାଭିଳିୟନ ଫେରିଛନ୍ତି । ଭାରତୀୟ ଦଳ ପକ୍ଷରୁ ବ୍ୟାଟିଂ ଜାରି ରହିଛି ।