ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନର ହାତ ବାରିସି ସାଜିଛି ବୋଲି ଅଭିୋଗ କରିଆସୁଥିବା ଆମେରିକାକୁ ଏବେ କଡା ଜବାବ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୋଇଥିବା ଏକ ସାମ୍ବାଦିକ ସମ୍ମୀଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ନିର୍ଦେଶକ ମାଇକେଲ ରିୟାନ କହିଛନ୍ତି, ଆମେରିକା ଦାବି କରି ଆସୁଛି କି ଚୀନର ଲାବ୍ରୋଟୋରୀରୁ କରୋନା ଭାଇରସର ସୃଷ୍ଟି ହୋଇଛି ।
ଚୀନର ଲାବ୍ରୋଟୋରୀରୁ ଏହା ବ୍ୟାପିଛି । ମାତ୍ର ଆମେରିକା ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ଦେଇ ପାରୁନାହିଁ । ତେଣୁ ଆମେରିକା ଚୀନ ବିରୋଦ୍ଧରେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ସୂଚନାଯୋଗ୍ୟ ଗତ ରବିବାର ଦିନ ଆମେରିକା ଆମେରିକା ବୈଦେଶିକ ସଚିବ ମାଇକ ପମ୍ପଓ କହିଥିଲେ ଯେ କରୋନା ଭାଇରସ ଉହାନର ଭାଇରୋଲୋଜି ଲାବ୍ରୋଟୋରୀରୁ ସୃଷ୍ଟି ହୋଇଥିବା ବହୁ ତଥ୍ୟ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରି ଆସୁଛନ୍ତି ଚୀନର ଉହାନ ସହରରୁ ଏହି ଭାଇରସ ବ୍ୟାପିଛି ।