ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ କରୋନା ମାମଲା ବୃଦ୍ଧିକୁ ନେଇ ଅଷ୍ଟ୍ରେଲିଆ ସରକାରଙ୍କ ବଡ ନିଷ୍ପତି । ଭାରତର ସମସ୍ତ ବିମାନ ଉଡାଣ ଉପରେ ଲଗାଇଲେ ପ୍ରତିବନ୍ଧକ । ଆଗାମୀ ମେ’ ୧୫ ପର୍ଯ୍ୟନ୍ତ ଭାରତରୁ କୌଣସି ବିମାନ ଅଷ୍ଟ୍ରେଲିଆକୁ ଯାତ୍ରା କରିବ ନାହିଁ । ଏହାପୂର୍ବରୁ ଥାଇଲାଣ୍ଡ, ସିଙ୍ଗାପୁର, ବାଂଲାଦେଶ ଏବଂ ବ୍ରିଟନ ସମେତ ଦୁନିଆର ଅନେକ ଦେଶ ଗୁଡିକ ମଧ୍ୟ ଭାରତରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
ତିନି ସପ୍ତାହ ପାଇଁ ଲଗା ଯାଇଥିବା ଏହି ପ୍ରତିବନ୍ଧକକୁ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ୍ କହିଛନ୍ତି କି, ମେ ୧୫ ପୂର୍ବରୁ ଗୋଟେ ଥର ସ୍ଥିତିର ସମୀକ୍ଷା କରାଯିବା ପରେ ପୁର୍ନବାର ବିମାନ ଉଡାଣ ପାଇଁ ଅନୁମତି ଦିଆଯିବ । କ୍ୟାବିନେଟର ଜାତୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହାସହିତ ଏହି ବୈଠକରେ ଭାରତକୁ ମେଡିକାଲ ଉପକରଣ ସମେତ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ଉପରେ ବିଚାର କରାଯାଇଛି ।