ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗୋଟିଏ ପଟରେ ଏଫଏଟିଏଫ ଦ୍ୱାରା ବ୍ଳାକ୍ଲିଷ୍ଟ ହେବାର ଭୟ ପାକିସ୍ତାନର ନିଦ ହଜାଇ ଥିବା ବେଳେ, ବର୍ତ୍ତମାନ ସଂୟୁକ୍ତ ରାଷ୍ଟ୍ର ମାନବଧିକାର କାଉନସିଲର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପାକିସ୍ତାନୀ ବିରୋଧି ପୋଷ୍ଟର ଦେଖିବାକୁ ମିଳିଛି ।
ଏବେ ସଂୟୁକ୍ତ ରାଷ୍ଟ୍ରର ମାନବଧିକାର କାଉନସିଲର ମୁଖ୍ୟ କାର୍ଯ୍ୟାଳୟରେ ୪୩ତ୍ତମ ସେସନ ଚାଲିଥିବା ବେଳେ ସମଗ୍ର ବିଶ୍ୱର ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଛନ୍ତି । ଠିକ ଏହି ସମୟରେ ବିଶ୍ୱ ଦରବାରରେ ପାକିସ୍ତାନ ଆର୍ମି ବିରୋଧରେ ସର୍ବ ସମ୍ମୁଖରେ ପୋଷ୍ଟର ଲଗାଯାଇଛି ।
ଏହି ପୋଷ୍ଟରରେ ‘ପାକିସ୍ତାନ ଆର୍ମି ଷ୍ଟପ୍ ସପୋର୍ଟିଙ୍ଗ ଟେରୋରିଜିମ୍’ ବୋଲି ଲେଖାହୋଇଛି । ପୂର୍ବରୁ ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଓ ଆତଙ୍କବାଦୀ ମାନଙ୍କୁ ସଂରକ୍ଷଣ ଦେବା ଭଳି ଅଭିଯୋଗ ହୋଇଥିଲା । କିନ୍ତୁ ପାକିସ୍ତାନ ସରକାର ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଦୃଷ୍ଟିପାତ ନକରି ଯଥାପୂର୍ବ ଆତଙ୍କବାଦକୁ ପରୋକ୍ଷରେ ବଢାଇ ଚାଲିଛନ୍ତି ।