ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆତଙ୍କବାଦୀ ହମଲାକୁ ନେଇ ବଢୁଥିବା ବିଶ୍ୱସ୍ତରୀୟ ଚାପ ମଧ୍ୟରେ ଆମେରିକାକୁ ଆଶ୍ୱସନା ଦେଇଛି ପାକିସ୍ତାନ । ପାକିସ୍ତାନ କହିଛି କି ସେ ସମସ୍ତ ଆତଙ୍କବାଦୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବ ତଥା ଭାରତ ସହିତ ଲାଗିଥିବା ଉତ୍ତେଜନାକୁ ହ୍ରାସ କରିବାର ନିଷ୍ପତି ନେବ । ପାକିସ୍ତାନର ବିଦେଶ ମନ୍ତ୍ରୀ ମହମୁଦ କ୍ୟୁରେଶୀ ସୋମବାର ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଜନ୍ ବୋଲ୍ଟନଙ୍କ ସହ ଫୋନ୍ ଜରିଆରେ ଆଲୋଚନା କରି ଏହି ଆଶ୍ୱସନା ଦେଇଛନ୍ତି ।
ଏନେଇ ବୋଲ୍ଟନ ଟ୍ୱିଟ୍ କରି କହିଛନ୍ତି କି, ପାକିସ୍ତାନରୁ ସଂଚାଳିତ ହେଉଥିବା ଜୈଶ-ଏ-ମୋହମ୍ମଦ ଏବଂ ଅନ୍ୟ ଆତଙ୍କବାଦୀ ସମୁହ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେଶୀଙ୍କ ସହ ବାର୍ତ୍ତାଳାପ ହୋଇଛି । ଏହାସହିତ କ୍ୟୁରେଶି ଆଶ୍ୱାସନା ଦେଇଛନ୍ତି ଯେ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭାରତ ସହ ଲାଗିଥିବା ଉତ୍ତେଜନାକୁ କମ କରିବା ପାଇଁ ପଦକ୍ଷେପ ନେବେ ।
Spoke with Pakistani FM Qureshi to encourage meaningful steps against JeM and other terrorist groups operating from Pakistan. The FM assured me that Pakistan would deal firmly with all terrorists and will continue steps to deescalate tensions with India.
— John Bolton (@AmbJohnBolton) March 11, 2019
ସବୁଠୁ ବଡ କଥା ହେଉଛି ବୋଲ୍ଟନ ଏବଂ କ୍ୟୁରେଶୀଙ୍କ ମଧ୍ୟରେ ଆଲୋଚନା ସେହି ସମୟରେ ହୋଇଛି ଯେଉଁ ସମୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ରେ ଜୈଶ-ଏ-ମୋହମ୍ମଦର ପ୍ରମୁଖ ମସୁଦ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ କରିବା ପାଇଁ ଆମେରିକା, ବ୍ରିଟେନ, ଏବଂ ଫ୍ରାନ୍ସ ପକ୍ଷରୁ ପ୍ରସ୍ତାବ ଆଗତ କରାଯିବ । ଇତି ମଧ୍ୟରେ ଭାରତର ବିଦେଶ ସଚିବ ବିଜୟ ଗୋଖଲେ ସୋମବାର ସୁରକ୍ଷା ପ୍ରତିଷ୍ଠାନୋ ଶୀର୍ଷ ଆମେରିକୀୟ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ।