ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମହତ୍ୱକାଂକ୍ଷୀ ମିଶନ ଚନ୍ଦ୍ରଯାନ ୨ ର ଅବତରଣ ଉପରେ ସାରା ଦୁନିଆର ନଜର ରହିଛି । ମାତ୍ର ବିକ୍ରମ ଲାଣ୍ଡର ସହ ସମ୍ପର୍କ ଛିନ୍ନକୁ ନେଇ ଏବେ ଚିନ୍ତାରେ ପୂରା ଦେଶ । ଇତି ମଧ୍ୟରେ ପାକିସ୍ତାନ ପୁଣି ଥରେ ତାର ଅସଲ ରୂପ ଦେଖାଇଛି । ଆଜ୍ଞା ହଁ ଆଜି ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧରୀ ଚନ୍ଦ୍ରଯାନ ୨ କୁ ନେଇ ଭାରତକୁ ଟାର୍ଗେଟ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଇସ୍ରୋ ସହ ବିକ୍ରମ ଲାଣ୍ଡର ସମ୍ପର୍କ ଛିନ୍ନ ହୋଇଯାଇଛି, କିନ୍ତୁ ପୂର୍ନବାର ସମ୍ପର୍କ କରିବା ପାଇଁ ଲାଗିପଡିଛନ୍ତି ବୈଜ୍ଞାନିକ ।
ଏହାକୁ ନେଇ ପାକିସ୍ତାନ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି, ‘ଯେଉଁ କାମ ଆସୁନାହିଁ ସେଥିରେ ପଙ୍ଗା ନିଅନି ଡିଅର ଇଣ୍ଡିଆ ।’
Awwwww….. Jo kaam ata nai panga nai leitay na….. Dear “Endia” https://t.co/lp8pHUNTBZ
— Ch Fawad Hussain (@fawadchaudhry) September 6, 2019
ପାକିସ୍ତାନ ମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପରେ ୟୁଜର୍ସମାନେ ତାଙ୍କର କଡା କ୍ଲାସ ନେଇଛନ୍ତି । ଏଭଳି ଟ୍ୱିଟ କରି ଫୱାଦ ଭୁଲିଯାଇଛନ୍ତି କି ଭାରତ ପୂର୍ବରୁ ପାକିସ୍ତାନ ପ୍ରଥମେ ନିଜର ଆନ୍ତରୀକ୍ଷ ପ୍ରୋଗ୍ରାମ ର ଶୁଭାରମ୍ଭ କରିଥିଲା, କିନ୍ତୁ ଆଜି ଆମ ଭାରତ ଆନ୍ତରୀକ୍ଷର ଶିଖରରେ । ମାତ୍ର ପାକିସ୍ତାନ ଯେଉଁଠି ଥିଲା ସେଇଠି ଅଛି । ଗୋଟେ ପ୍ରୟାସରେ ହିଁ ଭାରତ ମଙ୍ଗଳ ମିଶନ ରେ ସଫଳତା ହାସଲ କରିଛି । କିନ୍ତୁ ପାକିସ୍ତାନ ପାଇଁ ମଙ୍ଗଳ ବିଷୟରେ ଭାବିବା ଏବେ ବି କଷ୍ଟକର ।
ସେପଟେ ଫୱାଦ ଚୌଧରୀ ଭାରତ ବିରୋଧରେ ଟ୍ୱିଟ୍ କରି ବିଷ ଓଗାଳିବାରେ ଏତେ ବ୍ୟସ୍ତ ହୋଇପଡିଥିଲେ ଯେ ସେ ଟ୍ୱିଟ୍ରେ ଇଣ୍ଡିଆର ପ୍ରଥମ ଅକ୍ଷର ‘ଆଇ’ ଲେଖିବା ବଦଳରେ ‘ଇ’ ଲେଖି ଦେଇଛନ୍ତି । ଯାହାକୁ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।