ଇସଲାମାବାଦ (ଏଟିଆର ବ୍ୟୁରୋ ) ; ମଇଁଷି ନିଲାମ କରିବ ପାକିସ୍ତାନ ସରକାର । ପିଏମ ହାଉସରେ ପୁର୍ବରୁ ରଖାଯାଇଥିବା ୮ ଟି ମଇଁଷିକୁ ନିଲାମ କରିବେ ଇମରାନ ସରକାର । ଖାଲି ସେତିକି ନୁହେଁ ଏହାସହ ୮୦ଟି ଦାମୀ କାର ଓ ୪ ଟି ହେଲିକପ୍ଟର କୁ ମଧ୍ୟ ନିଲାମ କରିବ ପାକିସ୍ତାନ ସରକାର । ଦେଶରେ ଜାରି ରହିଛି ଆର୍ଥିକ ସଂକଟ । ଏହାକୁ ନେଇ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଇମରାନ ଏବେ ଚିନ୍ତାରେ । ତେବେ ଏସବୁକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛନ୍ତି ଇମରାନ ।
ପାକିସ୍ତାନର ପୁର୍ବ ପ୍ରଧାନମନ୍ତ୍ରୀ ନବାଜ ସରିଫଙ୍କ କାର୍ଯ୍ୟକାଳରେ ଏହି ମଇଁଷିମାନଙ୍କୁ ପିଏମ ବାସଭବନରେ ରଖାଯାଇଥିଲା । ଏହି ମଇଁଷିଙ୍କୁ ନବାଜ ସରିଫଙ୍କ ଶାସନକାଳରେ ଖାଦ୍ୟ ଆବଶ୍ୟକତାକୁ ପୂରା କରିବା ପାଇଁ ରଖାଯାଇଥିଲା । ତେବେ ଇମରାନ ଅଯଥା ଖର୍ଚ୍ଚରୁ ବଞ୍ଚିବାକୁ ଚାହୁଁଥିବା ଜଣା ପଡିଛି । ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନକୁ ଅର୍ଥିକ ସଂକଟରୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ଇମରାନଙ୍କ ରାଜନୈତିକ ବିଶେଷଜ୍ଞ ନଇମ ଉଲ-ହକ କହିଛନ୍ତି । ସେପଟେ ପ୍ରଥମେ କାର ଗୁଡିକୁ ବିକ୍ରି କରିବା ପରେ ଯାଇ ୮ ମଇଁଷି ଓ ୪ ହେଲିକପ୍ଟରକୁ ବିକାଯିବ ବୋଲି ଜଣାପଡିଛି । ତେବେ ପାଖାପାଖି ୮୦ ଟି କାରକୁ ଆଗାମୀ ୧୭ ତାରିଖରେ ବିକ୍ରି କରାଯିବା ନେଇ ସୂଚନା ମିଳିଛି ।