ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତ ସରକାରଙ୍କ ଦ୍ୱାରା ଜାମ୍ମୁ-କାଶ୍ମରର ସ୍ୱତନ୍ତ୍ରତା ହଟାଯିବା ପରେ ପାକିସ୍ତାନ ଖାଲି ରାଗରେ ରକ୍ତଚାଉଳ ଚୋବାଉଛି । ଏହାସହିତ ପାକିସ୍ତାନ ଉତକ୍ଷିପ୍ତ ହୋଇ ଭାରତ ସହ ଦ୍ୱିପାକ୍ଷୀୟ ବାଣିଜ୍ୟ ବି ଛିନ୍ନ କରି ଦେଇଛି, କିନ୍ତୁ ଏହି ନିଷ୍ପତି ପାକିସ୍ତାନ ଲୋକଙ୍କୁ ଭାରିପଡିଛି । ଲୋକେ ଭୟଙ୍କର ଭାବେ ମହଙ୍ଗା ମାଡର ଶିକାର ହେଉଛନ୍ତି ।
ରିପୋର୍ଟ ମୁତାବକ, ପାକିସ୍ତାନ ବଜାରରେ ଟମାଟ ଦର ଆକାଶ ଛୁଆଁ ହେବା ପରେ ଏବେ ଦରକାରୀ ଔଷଧ ର ଅଭାବ ଦେଖାଦେଇଛି । ଯାହା ପାକିସ୍ତାନୀ ଲୋକଙ୍କର ଚିନ୍ତା ବଢାଇଛି ।
ଔଷଧ ବ୍ୟତିତ ନିୟମିତ ଜରୁରୀ ଜିନିଷର ଅଭାବ ଯୋଗୁଁ ଏବେ ପାକିସ୍ତାନର ନିୟୋକ୍ତା ମହାସଂଘ ପକ୍ଷରୁ ତାଙ୍କ ସରକାରଙ୍କୁ ଅପିଲ କରାଯାଇଛି କି , ବିମାନବନ୍ଦରରେ ପୂର୍ବରୁ ପହଁଚି ଯାଇଥିବା ଜିନିଷ ସ୍ଥାନୀୟ ବଜାରରେ ପହଁଚାଇବା ପାଇଁ ଭାରତ ସରକାରକୁ ମଞ୍ଜୁର ଦିଆଯାଉ ।
ମହାସଂଘର ଉପାଧ୍ୟକ୍ଷ ଜକି ଅହମ୍ମଦ ଖାନ୍ କହିଛନ୍ତି କି, ଭାରତ ସହ ସମସ୍ତ ବାଣିଜ୍ୟ ନିଲମ୍ବିତ କରିବାର ସରକାରଙ୍କ ଏହି ନିଷ୍ପତିକୁ ପାକିସ୍ତାନର ନିର୍ମାଣ କମ୍ପାନୀ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି କି ଭାରତୀୟ ଜିନିଷ ଯାହା ସବୁ ବିମାନବନ୍ଦରରେ ପୂର୍ବରୁ ପହଁଚି ଯାଇଛି , ସେ ସବୁ ଜିନିଷକୁ ସ୍ଥାନୀୟ ବଜାରରେ ପହଁଚାଇଦେବା ଉଚିତ୍ ।