ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶବକୁ ପୋତିବା ପାଇଁ ତିଆରି ହେବାକୁ ଥିବା ନୂଆ କବର ଉପରେ ଏକ ହଜାରରୁ ପନ୍ଦର ଶହ ପାକିସ୍ତାନୀ ଟଙ୍କା ଆୟ କରିବା ଲାଗି ପାକିସ୍ତାନ ପଞ୍ଜାବ ପ୍ରାନ୍ତର ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବକୁ ମଞ୍ୁର ପାଇଁ ଲାହୋର ନିଗମ ପକ୍ଷରୁ ସରକାରଙ୍କୁ ପଠାଯାଇଛି । ଏହି ଯେଉଁ ଟଙ୍କା ଆୟ ହେବ ତାହାକୁ କବରସ୍ତାନ ରେ ଲଗାଯିବ ।
ଏହି ପ୍ରସ୍ତାବ ଅନୁସାରେ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହକୁ ପୋତିବା ପାଇଁ ୧୫୦୦ ଟଙ୍କା ଜମା କରିବାକୁ ପଡିବ, ସେହିପରି ନାବାଳକଙ୍କ ପାଇଁ ୧୦୦୦ ଟଙ୍କା ଜମା କରିବାକୁ ପଡିବ । ଏହାସହିତ ସରକାରଙ୍କ ପକ୍ଷରୁ ଶବ ପୋତିବା ପାଇଁ କବରସ୍ତାନରେ ସମୟ ଶାରଣୀ ମଧ୍ୟ ପ୍ରସ୍ତାବିତ କରାଯାଇଛି । ସେହି ଅନୁସାରେ ପ୍ରାୟତଃ ରାତି ୨ ଟାରୁ ଭୋର ୫ ଟା ମଧ୍ୟରେ ଶବ ପୋତା ଯାଇ ପାରିବ ନାହିଁ ।
ପ୍ରସ୍ତାବିତ ସୂଚି ଅନୁଯାୟୀ,ଯେଉଁ ପରିବାର ସମୟ ସାରଣୀ ଉଲଂଘନ କରିବେ । ସେମାନେ ଅଧିକାରୀଙ୍କୁ ଦୁଇ ହଜାର ଟଙ୍କା ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ।