ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମ୍ପୂର୍ଣ୍ଣ ଖରାପ ସ୍ଥିତି ଦେଇ ଗତି କରୁଛି ପାକିସ୍ତାନର ଅର୍ଥବ୍ୟବସ୍ଥା । କରଜ ବୋଝରେ ପାକିସ୍ତାନର ଅବସ୍ଥା ବେହାଲ । ଯାହାଫଳରେ ମହଙ୍ଗାମାଡ, ବେରୋଜଗାର, ବିଜୁଳି, ପାଣି ଏବଂ ସଡକ ଭଳି ଅନେକ ସମସ୍ୟା ଦେଇ ଗତି କରୁଛି ପାକିସ୍ତାନ । ଟମାଟ ଏବଂ ଔଷଧ ଦର ମହଙ୍ଗା ହେବା ପରେ ଏବେ ଖୀର ଦର ଆକାଶ ଛୁଆଁ ହୋଇଛି । ମହରମ ଦିନ ପାକିସ୍ତାନରେ ଖୀରର ଦର ପେଟ୍ରୋଲ ଦର ଠାରୁ ବି ଅଧିକ ଥିଲା । କରାଚି ଏବଂ ସିନ୍ଧରେ ଏକ ଲିଟର ଖୀର ପିଛା ୧୪୦ ଟଙ୍କା ରହିଥିଲା ।
ମିଡିଆ ରିପୋର୍ଟ ମୁତାବକ, ମହରମ ଦିନ କରାଚିରେ ଏକ ଲିଟର ଖୀରର ଦର ୧୨୦ ରୁ ୧୪୦ ରହିଥିଲା । ସେହିପରି ସିନ୍ଧର କିଛି ଅଞ୍ଚଳରେ ବି ଏକ ଲିଟର କ୍ଷୀର ୧୪୦ ଟଙ୍କାରେ ବିକ୍ରି ହୋଇଛି ।
ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲ ଦର ବି ଖୀର ଦର ଠାରୁ ଶସ୍ତା । ମହରମ ଦିନ ପାକିସ୍ତାନରେ ଏକ ଲିଟର ପେଟ୍ରୋଲ ଦର ୧୧୩ ଟଙ୍କା ଥିଲା ବେଳେ ଏକ ଲିଟର ଡିଜେଲ ଦର ୯୧ ଟଙ୍କା ରହିଥିଲା ।
ସୂଚନାଯୋଗ୍ୟ, ପାକିସ୍ତାନରେ ଅର୍ଥବ୍ୟବସ୍ଥା ଖରାପ ଥିବା ଯୋଗୁଁ ଆବଶ୍ୟକୀୟ ଜିନିଷ ମହଙ୍ଗା ହେବାରେ ଲାଗିଛି । ସବୁଠାରୁ ବଡ କଥା ହେଉଛି ଓବାମାଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରି ପାରୁ ନାହିଁ ପାକ୍ । ଆଜି ବି ଚାରି କୋଟିରୁ ଅଧିକ ଲୋକ ବିରୋଜଗାର ଅଛନ୍ତି ।