ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଓଷଧ ବିକଳରେ ତାଟିଆ କାମୁଡିଛି ପାକିସ୍ତାନ । ଭାରତକୁ ଫମ୍ପା ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଲାଇନ ଅଫ କଣ୍ଟ୍ରୋଲକୁ ନେଇ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି “ମୁଁ ଭାରତ ଓ ବିଶ୍ୱସମୁଦାୟକୁ ଜଣାଇ ଦେବା ପାଇଁ ଚାହୁଁଛି, ଲାଇନ ଅଫ କଣ୍ଟ୍ରୋଲରେ ଭାରତ ଦ୍ୱାରା ଜାରି ରହିଥିବା ଅସ୍ତ୍ର ବିରତି ଉଲଂଘନ ଯଦି ଏହି ଭଳି ଜାରି ରହିବ ତେବେ ପାକିସ୍ତାନ ମଧ୍ୟ ଚୁପ ବସି ରହିବ ନାହିଁ” ।
As Indian Occupation forces continue to target & kill civilians across the LOC with increasing intensity & frequency, there is an urgent need for UN SC to insist India allow UNMOGIP return to IOJK-side of LOC. We fear an Indian false flag operation.
— Imran Khan (@ImranKhanPTI) January 19, 2020
ଭାରତ ଯେଉଁ ଭଳି ଭାବେ ସିଜ ଫାୟାର ଉଲଂଘନ କରୁଛି ଏଥିରେ ଏଲଓସିରେ ରହୁଥିବା ସାଧାରଣ ଲୋକ ଟାର୍ଗେଟ ହେଉଛନ୍ତି । ଏଥି ସହିତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ମାମଲାକୁ ଗୁରୁତ୍ୱର ସହ ନେବା ଉଚିତ ବୋଲି ସେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଗତକାଲି ପାକିସ୍ତାନ ଭାରତ ସୀମବର୍ତ୍ତୀ ଅଞ୍ଚଳ ଜନବସତିକୁ ଟାର୍ଗେଟ କରି ମୋର୍ଟାର ମାଡ କରିଥିଲା ଏହାର ଯାହାର ଜବାବରେ ଭାରତୀୟ ସେନା ଟାର୍ଗେଟ କରିଥିଲା।