ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ପାକିସ୍ତାନ ର ଯେଉଁ ଭଳି ଭାବେ ଆର୍ଥିକ ପରିସ୍ଥିତି ଖରାପ ଚାଲିଛି, ଏହାକୁ ଦେଖି ପାକ୍ ର ନେତା ଖାଲି ବିଳିବିଳଉଛନ୍ତି । ମନଇଛା ବୟାନ ଦେବାରେ ଲାଗିପଡିଛନ୍ତି । କାଶ୍ମୀରରେ ଧାରା ୩୭୦ ହଟିବା ପରେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପାକିସ୍ତାନର ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଏହାକୁ ଦେଖି ପାକ୍ ର ରେଳମନ୍ତ୍ରୀ ଶେଖ ରସିଦ ଭାରତକୁ ପରମାଣୁ ବୋମା ଯୁଦ୍ଧର ଧମକ ଦେଇଛନ୍ତି । ଶେଖ ରସିଦ କହିଛନ୍ତି କି ଭାରତ ସହ ନ୍ୟୁକ୍ଲିୟର ୱାର ହେବ, ଆମକୁ ଯେଉଁଭଳି ଅସ୍ତ୍ରଶସ୍ତ୍ର ଆବଶ୍ୟକ ପଡିବ ଆମେ ତାକୁ ବ୍ୟବହାର କରିବୁ ।
ଶେଖ ରସିଦ କହିଛନ୍ତି କି , ଯେଉଁ ସମୟରେ ମୁଁ ୧୨୬ ଦିନ ଯାଏଁ ଧାରଣାରେ ସାମିଲ ହୋଇଥିଲି, ସେହି ସମୟରେ ଦେଶର ସ୍ଥିତି ଏଭଳି ନଥିଲା । କିନ୍ତୁ ଏବେ ପାକିସ୍ତାନ ଉପରେ ବିପଦ । ଭାରତ ସହିତ ଖୁବ୍ ଭୟଙ୍କର ଯୁଦ୍ଧ ହେବ । ଏହା ବିଲକୁଲ୍ ପାରମ୍ପରିକ ଯୁଦ୍ଧ ଭଳି ହେବ ନାହିଁ, ଏଥର ପରମାଣୁ ଯୁଦ୍ଧ ହେବ । ଯେଉଁ ଲୋକ ଭାବୁଛନ୍ତି କି ୪-୬ ଦିନ ଗୁଳି ବର୍ଷଣ ଏବଂ ଏୟାର ଷ୍ଟ୍ରାଇକ ହେବ ତେବେ ସେ ବିଲକୁଲ ଭୁଲ ଭାବୁଛନ୍ତି । ଏଭଳି ବିଲକୁଲ୍ ହେବ ନାହିଁ, ଏଥର ପରମାଣୁ ଯୁଦ୍ଧ ହେବ ।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଭାରତୀୟ ସେନା ପକ୍ଷରୁ ପିଓକେରେ ବଡ କାର୍ଯ୍ୟକାରୀ କରିବା ସହ ଆତଙ୍କି କ୍ୟାମ୍ପକୁ ଧ୍ୱଂସ କରିଦିଆଯାଇଥିଲା । ପ୍ରକୃତରେ ଜାମ୍ମୁ-କାଶ୍ମୀରର ତଙ୍ଗଧାର ସେକ୍ଟରରେ ଦୁଇ ଯବାନ ସହିଦ ହୋଇଯାଇଥିଲା, ଏହାର କଡା ଜବାବରେ ଭାରତୀୟ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା । କେବଳ ଏଥିକି ନୁହେଁ ପିଓକେ ସ୍ଥିତ ଆତଙ୍କି ଲଞ୍ଚପ୍ୟାଡକୁ ଭାରତୀୟ ସେନା ଉଡାଇ ଦେଇଥିଲେ ।