ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : କାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ଗୋଟିଏ ପ୍ରକାର ଭୋକ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ । କେଉଁ ପଟୁ ଭାରତକୁ ଆକ୍ରମଣ କରିବ ସେ ନେଇ ସୁଯୋଗ ଉ ଣ୍ଡିବାରେ ବ୍ୟସ୍ଥ ଏହି ଦେଶ । ନିଜ କଥା ନିଜକୁ ମୁସ୍କିଲ କିନ୍ତୁ ପର କଥାରେ ମୁଣ୍ଡ ଖେଳାଇବା ବନ୍ଦ କରୁନାହିଁ ପାକିସ୍ତାନ । କାଶ୍ମୀରରେ ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ଭାରତର ନିଜସ୍ୱ ବ୍ୟାପାର ହୋଇଥିବା ବେଳେ ପାକିସ୍ତାନର କିନ୍ତୁ ମୁଣ୍ଣ ବିନ୍ଧା କମୁ ନାହିଁ ।
ଏହି ଅବସରରେ ଏବେ ଭୋକ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ । ଆରମ୍ଭରୁ ହିଁ ବିରୋଧ କରି ଆସୁଥିବା ପାକିସ୍ତାନ ଏବେ ଭାରତ ସହିତ ସମସ୍ତ ରାଜନୈତିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିବା ପାଇଁ ଘୋଷଣା କରିଥିଲା । ଏମିତି କି ପାକିସ୍ତାନରେ ରହୁଥିବା ଭାରତ ଉଚ୍ଚାଆୟୁକ୍ତଙ୍କୁ ଭାରତ ଫେରାଇ ନେବା ପାଇଁ ପାକିସ୍ତାନ ବୈଦେଶିକ ବିଭାଗ ନିର୍ଦେଶ ଦେଇଛି । ସେହିଭଳି ଭାରତ ପାକ ସମ୍ପର୍କରେ ସୁଧାର ଓ ସମ୍ପର୍କ ଭଲ ରହିବା ପାଇଁ ଚାଲୁଥିବା ସମଝୌଡା ଏକ୍ସପ୍ରେସକୁ ବାତିଲ କରିଛି ପାକିସ୍ତାନ ।
ସେହିଭଳି ନିଜ ବାୟୁସୀମାରେ ମଧ୍ୟ ଭାରତୀୟ ବିମାନ ଉଡାଣ ଉପରେ ରୋକ ଲଗାଇଛି ପାକିସ୍ତାନ । ଅନ୍ୟପଟେ ପାକିସ୍ତାନରେ ଭାରତୀୟ ସିନେମା ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇଛି ପାକ । ତେବେ ପାକିସ୍ତାନର ଏଭଳି ଆଭିମୁଖ୍ୟ ପୂର୍ବରୁ ଦୂର୍ବଳ ଥିବା ପାକିସ୍ତାନ ଅର୍ଥନୀତିକୁ ଅଧିକ ଦୂର୍ବଳ କରିଦେବ ବୋଲି ବିଭିନ୍ନ ଅର୍ଥନୀତିଜ୍ଞ ମାନେ ମତ ରଖୁଛନ୍ତି ।