ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏକ ସପ୍ତାହ ଧରି ପ୍ୟାରିସ ଚାଲିଥିବା ଏଫଏଟିଏଫର ବୈଠକ ଗତକାଲି ଶେଷ ହୋଇଛି । ଏହି ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡେଡଲାଇନ ଦିଆଯାଇଛି ।
ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବ । ଏବଂ ଯଦି ଆସନ୍ତା ଜୁନ ମାସ ଭିତରେ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଆଖିଦୃଶିଆ ପଦକ୍ଷପ ଗ୍ରହଣ ନକରେ ତେବେ ଆସନ୍ତା ଜୁନ ମାସରେ ପାଇନାନ୍ସସିଆଏ ଆକ୍ସନ ଟାକ୍ସ ଫୋର୍ସ ପାକିସ୍ତାନକୁ ବ୍ଳାକଲିଷ୍ଟ କରିବ ।
ଆତଙ୍କବାଦୀ ମାନଙ୍କୁ ଅର୍ଥ ଯୋଗାଉଥିବାରୁ ଏବଂ ପାକିସ୍ତାନରେ ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଗତ ୨୦୧୮ରୁ ପାକିସ୍ତାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ଅଛି ।
ପାକିସ୍ତାନକୁ ଏଫଏଟିଏଫ ପକ୍ଷରୁ ବାରମ୍ବାର ଏନେଇ ଚେତାଇ ଦିଆଯାଇଛି । ପୂର୍ବରୁ ଏଫଏଟିଏଫର ତାଗିଦ୍ ଭୟରେ ପାକିସ୍ତାନ କୁଖ୍ୟାତ ଆତଙ୍କବାଦୀଙ୍କ ହାଫିଜ୍ ସଇଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଏବେ ପାକିସ୍ତାନ ପାଖରେ ଆତଙ୍କବାଦୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାର ଆଉ ବିକଳ୍ପ ନାହିଁ ।