ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ; ଜାମ୍ମୁ କାଶ୍ମୀର ରେ ଥିବା କିଶନଗଙ୍ଗା ଡ଼୍ୟାମର ଜଳଧାରଣ ଏବଂ ନିଷ୍କାସନ କ୍ଷମତା କେତେ ରହିଛି? ଏ ସମ୍ପର୍କରେ ଜାଣିବା ଲାଗି ଭାରତ ସରକାରକୁ ଅନୁରୋଧ କରିଛି ପାକିସ୍ଥାନ । ଆର୍ନ୍ତଃଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଜାମ୍ମୁ କାଶ୍ମୀର ରେ ଥିବା କିଶନଗଙ୍ଗା ଡ଼୍ୟାମର ଜଳଧାରଣ ଏବଂ ନିଷ୍କାସନ କ୍ଷମତା ସମ୍ପର୍କରେ ପାକିସ୍ତାନ ସରକାରଙ୍କୁ ଜଣାଇବା ପାଇଁ ଶୁକ୍ରବାର ଭାରତ ସରକାରଙ୍କୁ ଅନୁରୋଧ କରଥିବା ସୂଚନା ମିଳିଛି ।
ଗତ ଅଗଷ୍ଟ ମାସରେ ଲାହୋର ଠାରେ ଦୁଇ ଦେଶର ଇଣ୍ଡସ ୱାଟର କମିସନରଙ୍କ ମଧ୍ୟରେ ହୋଇଥିବା ଦୁଇଦିନିଆ ଆଲୋଚନାରେ ଏହି ୩୩୦ ମେଗାୱାଟର ଡ଼୍ୟାମ୍ ବିଷୟରେ ପାକିସ୍ଥାନକୁ ଅନୁସଂଧାନ କରିବା ପାଇଁ ଭାରତ ରାଜି ହୋଇଥିବା ଜଣାପଡିଛି ।
ପାକିସ୍ତାନର ଇଣ୍ଡୋସ ୱାଟର କମିସନର ସଇଦ ମହମ୍ମଦ ମେହେର ଅଲୀ୍ଲ ସାହା ଗତ ଗୁରୁବାର ଦିନ ପାକିସ୍ତାନ ଗଣମାଧ୍ୟମ ଡ଼ାଉନକୁ ଦେଇଥିବା ସାକ୍ଷାତକାର ଅନୁସାରେ ସେ ଭାରତ ସରକାର ଠାରୁ ଏହି ବିଷୟରେ ଯଥା ଶିଘ୍ର ଲି୍ଖୀତ ପ୍ରତିଶୃତି ପାଇବା ପାଇଁ ଅନୁରୋଧ କରିଛନ୍ତି ।
ଡ଼୍ୟାମର ଜଳଧାରଣ ଏବଂ ନିଷ୍କାସନ କ୍ଷମତା ସମ୍ପର୍କରେ ଯଥାଶିଘ୍ର ପାକୀସ୍ତାନ ସରକାରଙ୍କୁ ଜଣାଇବା ପାଇଁ ସେ ଭାରତ ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି ।
ଆମେ ଆମ ଦେଶରେ ଝେଲମ୍ ନଦୀତଟରେ ଜଳଧାରଣ କରୁଛୁ କିନ୍ତୁ ଆମର ଆବଶ୍ୟକତା ପୂରଣ କରିବା ପାଇଁ ତାହା ଯଥେଷ୍ଟ ନୁହେଁ ଏଣୁ ଭାରତ ସରକାରଙ୍କ ଠାରୁ ସଠିକ୍ ସମୟରେ ସଠିକ୍ ସହଯୋଗ ପାଇଁ ଅନୁରୋଧ କରିଥିବା ସେ କହିଛନ୍ତିା
ଇଣ୍ଡସ ୱାଟର କମିସନର ୧୧୫ ତମ ସମ୍ମିଳନୀରେ ଭାରତ ସରକାର ପାକିସ୍ତାନ ସରକାରଙ୍କୁ କିଶନଗଙ୍ଗା ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ କୁ ପରିଦର୍ଶନ କରିବା ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି ।
ସେହିପରି ପାକିସ୍ତାନ ସରକାର ଭାରତ ସରକାରଙ୍କ୍ୁ କୋଟ୍ରି ବ୍ୟାରେଜ ପରିଦର୍ଶନ କରିବା ପାଇଁ ଅନୁମତି ଦେଇଛନ୍ତି ।
କିଶନଗଙ୍ଗାକୁ ବାଦ୍ ଦେଇ ଭାରତ ସରକାର ଚେନାବ ନଦୀତଟରେ ଥିବା ଅନ୍ୟ ଦୁଇ ହାଇଡ଼୍ରୋ ଇଲେକ୍ଟ୍ରିକ ପ୍ରୋଜେକ୍ଟ ଜଥା ପାକାଲ ଦୁଲ୍ ( ୧୦୦ ମେଗାୱାଟ) ଏବଂ ଲୋୟର କେନାଲ ( ୪୮ ମେଗାୱାଟ) ପାକିସ୍ତାନ ସରକାଙ୍କୁ ସେପ୍ଟେମ୍ବର ସୁଧା ପରିଦର୍ଶନ କରିବା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଏହା କିଛିଦିନ ପାଇଁ ବାତିଲ ହୋଇଥିବା ଜଣାପଡିଛି ।
ଶାହା ପାକିସ୍ତାନ ଗଣମାଧ୍ୟମ ଡ଼ାଉନକୁ ଦେଇଥିବା ସାକ୍ଷାତକାର ଅନୁସାରେ ଯେହେତୁ ଏହି ଡ଼୍ୟାମର ନିର୍ମାଣ ଏବଂ ପରିକଳ୍ପନାକୁ ନେଇ ପାକିସ୍ତାନ ସରକାର ବିରୋଧ କରିଆସୁଥିଲେ ଏଣୁ ଏହାର ସବିଶେସ ତଥ୍ୟ ପାକିସ୍ତାନ ସରକାର ଚାହୁଁଛି ।
ପ୍ରଧାନମନ୍ସୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭ ଉଦ୍ଘାଟନ ଗତ ମେ ୧୯ ତାରିଖରେ ଜାମ୍ମୁକାଶ୍ମୀରର ବନ୍ଦୀପୋରା ଜିଲ୍ଲାରେ କରିଥିଲେ ।
ଦୁଇ ଦେଶ ମଧ୍ୟରେ ୧୯୬୦ ମସିହାରେ ସ୍ୱାକ୍ଷରିତ ହୋଇଥିବା ଇଣ୍ଡସ ୱାଟର ସନ୍ଧିକୁ ଭାରତ ଊଲ୍ଲଙ୍ଘନ କରିଥିବା ପାକିସ୍ତାନ ସରକାର ଅଭିଯୋଗ କରିଆସୁଛି ।
ଏହି ଡ଼୍ୟାମର କାର୍ଯ କିଛି ବର୍ଷ ବିଳମ୍ବରେ ଆରମ୍ଭ ହେଲା କାରଣୁ ପାକିସ୍ତାନ ସରକାର ଭାରତ ସରକାରଙ୍କ ବିରୁଧରେ ଆନ୍ତର୍ଜାତିୟ କୋର୍ଟରେ ଏହି ସମ୍ବନ୍ଧରେ ଅଭିଯୋଗ କରିଥିଲା କିନ୍ତୁ ୨୦୧୩ରେ କୋର୍ଟ ଭାରତ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ।