ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ପାକିସ୍ତାନ ସହ ଭାରତର ଛିନ୍ନ ହେଲା ବାଣିଜ୍ୟକ ସମ୍ପର୍କ । ପାକିସ୍ତାନରେ ଟମାଟ ଦର ଆକାଶ ଛୁଆଁ । ଟମାଟ କିଲୋ ପିଛା ବିକ୍ରି ହେଇଛି ୩୦୦ ଟଙ୍କା । ଭାରତରୁ ଯାଇଥିବା ଖାଦ୍ୟ ସାମଗ୍ରି ଉପରେ ରୋକ ଲଗାଇଲା ପାକିସ୍ତାନ । ଯାହାଫଳରେ ପାକିସ୍ତାନର ପରିବା ବଜାରରେ ହାହାକାର ପଡିଛି । ଟମାଟ ପାଇଁ ପାକିସ୍ତାନରେ ଥିବା ମଧ୍ୟବିତ୍ତ ବର୍ଗର ଲୋକମାନେ ଦହଗଞ୍ଜ ହେଉଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଭାରତର ଅର୍ଥନୀତି ଉପରେ ଚାପ ପକାଇବା ପାଇଁ ଇମ୍ରାନ ଖାନ ଏହିଭଳି ନିଷ୍ପତ୍ତି ନେଇଛନ୍ତି । ପୁଲଓ୍ବମା ଆକ୍ରମଣ ପରେ ଭାରତ ପାକସ୍ତାନର ବାଲାକୋଟ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ସେହି ସମୟରେ ମଧ୍ୟ ଏଭଳି ସମାନ ସ୍ଥିତି ସାମ୍ନାକୁ ଆସିଥିଲା ।
ଆଉ ସେହି ସମୟରେ ମଧ୍ୟ ପାକସ୍ତାନବାସୀ ଟମାଟ ପାଇଁ ହନ୍ତସନ୍ତ ହୋଇଥିଲେ । ଭାରତରୁ ଯାଉଥିବା ପନିପରିବା ବିଶେଷକରି ଟମାଟ ଉପରେ ପାକିସ୍ତାନ ନିର୍ଭର କରିଥାଏ । ଯାହାଫଳରେ ପାକିସ୍ତାନର ଲୋକମାନଙ୍କୁ ପରିବା ଶସ୍ତାରେ ମିଳିଯାଇଥାଏ । ହେଲେ ବର୍ତ୍ତମାନ ପାକିସ୍ତାନରେ ଟମାଟ ଦର ଆକାଶ ଛୁଆଁ । ଟମାଟ ପାଇଁ ପାକିସ୍ତାନରେ ଥିବା ମଧ୍ୟବିତ୍ତ ବର୍ଗର ଲୋକମାନେ ଦହଗଞ୍ଜ ହେଉଛନ୍ତି । ଟମାଟ ବଦଳରେ ପାକିସ୍ତାନବାସୀ ରକ୍ତଚାଉଳ ଚୋବାଉଛନ୍ତି । ଇମ୍ରାନ ଖାନଙ୍କ ନିଷ୍ପତ୍ତିର ଫଳ ପାକିସ୍ତାନବାସୀଙ୍କୁ ଭୋଗିବାକୁ ପଡ଼ୁଛି ।
ଟମାଟ ମୂଲ୍ୟରୁ ସ୍ପଷ୍ଟ ଜଣାପଡୁଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅବସ୍ଥା କିପରି ଥିବ । ଯାହା କେବଳ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ଲାଗୁଥିବ ।