ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କରୋନା ଭାଇରସ ପୁରା ବିଶ୍ୱକୁ ଭୟବୀତ କରି ରଖିଥିବା ବେଳେ ଚାଇନାରେ ଏପର୍ଯ୍ୟନ୍ତ ୨ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି କରୋନା ।
ଚାଇନାରୁ ସୃଷ୍ଟ ଏହି ଭୂତାଣୁ ଠାରୂ ରକ୍ଷା ପାଇବା ପାଇଁ ପ୍ରାୟ ସବୁ ଦେଶ ଚାଇନାରେ ଫସି ରହିଥିବା ନିଜ ଦେଶକୁ ଫେରାଇ ନେଉଛନ୍ତି । କିନ୍ତୁ କିଛି ପାକିସ୍ତାନୀ ଛାତ୍ର-ଛାତ୍ରୀ ଏପର୍ଯ୍ୟନ୍ତ ଚାଇନାରେ ଫସି ରହିଛନ୍ତି ।
ଏହି ବାବଦରେ ଛାତ୍ର-ଛାତ୍ରୀ ମାନଙ୍କର ପରିବାର ଲୋକ ବାରମ୍ବାର ପାକିସ୍ତାନ ସରକାରଙ୍କୁ ଜଣାଇଥିଲେ ସତ୍ତେ୍ୱ ପାକିସ୍ତାନ ସରକାର ସେମାନଙ୍କ ଗୁହାରି ଶୁଣୁ ନାହାନ୍ତି ।
ପାକିସ୍ତାନ ସରକାର ନିଜ ଦେଶର ପିଲାମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ କିଛି ମଧ୍ୟ ପ୍ରୟାସ କରୁନଥିବାରୁ ଶେଷରେ ପରିବାର ଲୋକମାନଙ୍କର ଧର୍ଯ୍ୟ ଭଙ୍ଗ ହୋଇଛି । ସେମାନେ ଶେଷରେ ଇମ୍ରାନ ଖାନ୍ ଙ୍କୁ ଚେତାଇ ଦେଇଛନ୍ତି । ଏବଂ ଦାବି କରିଛନ୍ତି ସେମାନଙ୍କ ପିଲାମାନଙ୍କୁ ଚାଇନାରୁ ସ୍ୱଦେଶ ଫେରାଇ ଆଣିବାକୁ ।
ଯଦି ତିନି ଦିନ ମଧ୍ୟରେ ଚାଇନାରେ ଫସି ରହିଥିବା ଛାତ୍ର ଛାତ୍ରୀ ପାକିସ୍ତ।।ନ ନଫେରନ୍ତି ତେବେ ପରିବାର ଲୋକ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ପୂର୍ବରୁ ପାକିସ୍ତାନ ସରକାର ନିଜ ନାଗରିକ ମାନଙ୍କୁ ଫେରାଇ ଆଣିବ ବୋଲି ବ୍ରିଫିଙ୍ଗ ଜାରି କରିଥିଲେ ସତ୍ତେ୍ୱ କାହିଁକି ଏପର୍ଯ୍ୟନ୍ତ ଚୁପ ଅଛି ତାହା ସମସ୍ତଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଚାଇନାରେ ଫସି ରହିଥିବା ପାକିସ୍ତାନୀ ମଧ୍ୟ ଇମ୍ରାନ ଖାନ୍ ଙ୍କୁ କଡା ସମାଲୋଚନା କରୁଛନ୍ତି । ଯଦି ଭାରତ ଓ ବାଂଲାଦେଶ ନିଜ ନିଜ ନାଗରିକ ମାନଙ୍କୁ ଫେରାଇ ନେଇ ପାରିଲେ ତେବେ ପାକିସ୍ତାନର ନିଜ ନାଗରିକ ମାନଙ୍କୁ ଫେରାଇ ଆଣିବାରେ କଣ ଅସୁବିଧା ଅଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।