ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୟୁଷ୍ଟନରେ ଐତିହାସିକ କାର୍ଯ୍ୟକ୍ରମ ହାଓଡି ମୋଦି ରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋନ୍ଧିତ କରିବା ପରେ ସଂଯୁକ୍ତ ରାଷ୍ଟ୍ର ମହାସଭା ର ୭୪ତମ ଅଧିବେଶନକୁ ସମ୍ବୋନ୍ଧିତ କରିବା ପାଇଁ ନ୍ୟୁୟର୍କରେ ପହଁଚିଛନ୍ତି ମୋଦି । ସେଠାରେ ସେ ଜଳବାୟୁ ବରିବର୍ତ୍ତନ ବିଷୟରେ ସଂଯୁକ୍ତ ରାଷ୍ଟ୍ର ମହାସଚିବର ଶିଖର ସମ୍ମିଳନୀରେ ଭାଗ ନେବା ସହ ସଭା ସମିତିକୁ ସମ୍ବୋନ୍ଧିତ କରିବେ ।
ନ୍ୟୁୟର୍କ ଗସ୍ତ ଅବସରରେ ତାଙ୍କର ଅନେକ ଦ୍ୱିପାକ୍ଷୀୟ ଏବଂ ବହୁପାକ୍ଷୀୟ ବୈଠକ କାର୍ଯ୍ୟକ୍ରମ ରହିଛି । ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ ସଂଯୁକ୍ତ ରାଷ୍ଟ୍ରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ।
ଏନେଇ ଅକବରୁଦ୍ଦିନ କହିଛନ୍ତି କି, ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୪ତମ ଅଧିବେଶନରେ ଦେଶର ଭାଗୀଦାରୀ ରହିବ ଏବଂ ଏହା ବାସ୍ତବିକ କାର୍ଯ୍ୟ ଉନ୍ମୁଖ ହେବ । ପ୍ରଧାନମନ୍ତ୍ରୀ ମୋଦି, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ବିଦେଶ ରାଜ୍ୟ ମନ୍ତ୍ରୀ ବି ମୁରଲୀଧରନଙ୍କ ସହିତ ୭୫ ରୁ ଅଧିକ ଦେଶର ପ୍ରମୁଖ ସାକ୍ଷାତ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଚ୍ୟାମ୍ବରରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତାରେସ ଦ୍ୱାରା ଆୟାଜିତ ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀକୁ ସମ୍ବୋନ୍ଧିତ କରିବେ ।