ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ କରୋନା ଟୀକାକୁ ନେଇ ଆମେରିକା ରାଷ୍ଟ୍ରପତି ଏକ ବଡ ବୟାନ ଦେଇଛନ୍ତି । ରାଷ୍ଟ୍ରପତି ଜୋ ବିଡେନ୍ କହିଛନ୍ତି କି, ୨୦୨୨ ଅର୍ଥାତ ଆଗାମୀ ବର୍ଷ ସୁଧା ଭାରତରେ ଅତି କମରେ ଏକ ବିଲିୟନ କରୋନା ଟୀକା ଉତ୍ପାଦନ କରାଯିବ ।
ସୂଚନାଯୋଗ୍ୟ, ଟୀକା ଅଭାବକୁ ନେଇ ଅନେକ ଥର ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଆମେରିକାରୁ ଆସିଥିବା ଏହି ଖବର ଏବେ ଆଶ୍ୱସ୍ତି କରିଛି । ଯଦି ଟୀକା ଉତ୍ପାଦନ ବଢେ ତେବେ ଟୀକାକରଣର ଗତି ବୃଦ୍ଧି ହେବ ।
ରାଷ୍ଟ୍ରପତିଙ୍କ କହିବାନୁଯାୟୀ,ସହଭାଗୀ ଦେଶ, ଔଷଧ କମ୍ପାନୀ ଏବଂ ଅନ୍ୟ ନିର୍ମାତାଙ୍କ ସହ ଆମେ କାମ କରୁଛୁ । ଯାହାଦ୍ୱାରା ନିଜ ଦେଶରେ ସୁରକ୍ଷିତ ଏବଂ ଅତ୍ୟଧିକ ପ୍ରଭାବି ଟୀକାଉ ଉତ୍ପାଦନ ଏବଂ ନିର୍ମାଣ କରିବା କ୍ଷମତା ବଢି ପାରିବ । ସେ ଆହୁରି ମଧ୍ୟ କହିଛନ୍ତି କି, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଆମର ଚତୁର୍ଦ୍ଦଶ ସହଭାଗୀତା ୨୦୨୨ ଶେଷ ସୁଦ୍ଧା ଭାରତରେ ଅତି କମରେ ୧ ବିଲିୟନ ଡୋଜ ଟିକା ଉତ୍ପାଦନ କରିବାକୁ ଯାଉଛି।