ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆୱାର୍ଡ ପାଇଲେ ମୋଦି । ଚାମ୍ପିଅନ୍ସ ଅଫ ଦ ଆର୍ଥ ଆୱାର୍ଡରେ ଜାତିସଂଘ ଠାରୁ ସମ୍ମାନିତ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘର ମୁଖ୍ୟ ଭାରତ ଆସି ଏହି ସମ୍ମାନରେ ମୋଦିଙ୍କୁ ସମ୍ମାନୀତ କରିଛନ୍ତି । ପଲିସି ଲିଡରସିପ କ୍ୟାଟାଗୋରୀରେ ମୋଦିଙ୍କୁ ଏହି ସମ୍ମାନ ମିଳିଥିବାର ଜଣାପଡିଛି ।
୨୦୨୨ ସୁଦ୍ଧା ସମ୍ପୁର୍ଣ୍ଣ ରୂପେ ପ୍ଲାଷ୍ଟିକ ବ୍ୟବହାର ଶେଷ କରିବାକୁ ଶପଥ ନେଇଥିବାରୁ ମୋଦିଙ୍କୁ ଏପରି ସମ୍ମାନ ମିଳିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ପଦେକ୍ଷପ ଗ୍ରହଣ କରିଥିବାରୁ ମୋଦି ଆଜି ବିଶ୍ୱ ସ୍ତରରେ ପରିଚିତ ହୋଇପାରିଥିବା ବେଳେ ବିଶେଷ କରି ସ୍ୱଚ୍ଛତା କ୍ଷେତ୍ରରେ ଭାରତ ଲୋକପ୍ରିୟତା ହାସଲ କରିପାରିଛି ।
ସେପଟେ ମୋଦିଙ୍କୁ ଏପରି ସମ୍ମାନ ମିଳିଥିବାରୁ ସେ ଟ୍ୱିଟ ମାଧ୍ୟମରେ ନିଜ ଖୁସିକୁ ଜାହିର କରିଛନ୍ତି । ତେବେ କେବଳ ମୋଦି ନୁହେଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରନଙ୍କୁ ବି ଚାମ୍ପିଅନ୍ସ ଅଫ ଦ ଆର୍ଥ ଆୱାର୍ଡରେ ସମ୍ମାନିତ କରିଛି ମିଳିତ ଜାତିସଂଘ । ଇଂଟରନ୍ୟାସନାଲ ସୋଲାର ଆଲାୟନ୍ସ ପାଇଁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ମିଲିଥିବା ଜଣା ପଡିଛି ।