ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଫେବୃଆରୀ ୨୪-୨୫ରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ଫ ଭାରତ ଗ୍ରସ୍ତରେ ଆସୁଛନ୍ତି ।
ଏଥିପାଇଁ ଏବେଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଆଗମନରେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଖୁସି ବୋଲି ସେ ନିଜେ ଟ୍ୱିଟ୍ କରିଛନ୍ତି । ଏଥି ସହିତ ଟ୍ରମ୍ଫଙ୍କୁ ଭାରତରେ ନିଆରା ଓ ଭବ୍ୟ ସ୍ୱାଗତ କରାଯିବ ବୋଲି କହିଛନ୍ତି ।
ଆମେରିକା ରାଷ୍ଟ୍ରପତିଙ୍କର ଭାରତ ଗ୍ରସ୍ତ ଭାରତ ପାଇଁ ଅଧିକ ବିଶେଷ ଏବଂ ଏହା ଉଭୟ ଭାରତ ଓ ଆମେରିକାର ସମ୍ପର୍କ ସୃଦୁଢ କରିବ ଓ ଏହା ବିଶ୍ୱ ପାଇଁ ମଧ୍ୟ ସହାୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
Extremely delighted that @POTUS @realDonaldTrump and @FLOTUS will visit India on 24th and 25th February. India will accord a memorable welcome to our esteemed guests.
This visit is a very special one and it will go a long way in further cementing India-USA friendship.
— Narendra Modi (@narendramodi) February 12, 2020
ସୂଚନା ଅନୁସାରେ ଟ୍ରମ୍ଫ ଏହି ଦୁଇ ଦିନିଆ ଗସ୍ଥରେ ନୂଆଦିଲ୍ଲୀ ଓ ଅହମଦାବାଦ ଗ୍ରସ୍ଥ କରିବେ । ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗ୍ରସ୍ଥ ଭାରତ ପାଇଁ ବେଶ ଲାଭଦାୟକ ଥିଲା । ଏଥିପାଇଁ ଟ୍ରମ୍ଫଙ୍କ ଏହି ଦ୍ୱିତୀୟ ଭାରତ ଗ୍ରସ୍ଥ ଉପରେ ସମସ୍ତଙ୍କ ନଜର ।